ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ମାତା ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ ଥ୍ରୀଲର ଫିଲ୍ମ 'ଏକ ଭିଲେନ୍ ରିଟର୍ନସ୍' ର ସୁଟିଂ ଆରମ୍ଭ କରିଛନ୍ତି ବଲିଉଡ ଅଭିନେତ୍ରୀ ତାରା ସୂତାରିଆ ଏବଂ ଅର୍ଜୁନ କପୁର ।
ତାରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ 'ଏକ ଭିଲେନ୍ ରିଟର୍ନସ୍' କ୍ଲାପବୋର୍ଡର ଏକ ବୁମରେଙ୍ଗ ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ପ୍ରଥମ ଦିନ । ଏହି ଭିଡିଓକୁ ତାରା ତାଙ୍କ କୋ-ଷ୍ଟାର ଅର୍ଜୁନ, ନିର୍ଦ୍ଦେଶକ ମୋହିତ ଏବଂ ନିର୍ମାତା ଅମୁଲ ବିକାଶ ମୋହନଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।
ଅର୍ଜୁନ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାରାଙ୍କର ବୁମରେଙ୍ଗ ଭିଡିଓ ସେୟାର କରି ସୁଟିଂ ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । 'ହାଫ୍ ଗର୍ଲଫ୍ରେଣ୍ଡ' ପରେ ଅର୍ଜୁନ ଦ୍ବିତୀୟ ଥର ମୋହିତଙ୍କ ସହ କାମ କରୁଛନ୍ତି ।
ଉଭୟ ତାରକା 14 ଏପ୍ରିଲରେ ଗୋଆରେ ସୁଟିଂ ପାଇଁ ବାହାରିଯାଇଥିଲେ ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ ଯେ, ଫିଲ୍ମ 'ଏକ ଭିଲେନ୍ ୨' ହେଉଛି 2014 ଚଳଚ୍ଚିତ୍ର ଏକ ଭିଲେନ୍ ର ସିକ୍ବେଲ୍, ଯେଉଁଥିରେ ଅର୍ଜୁନଙ୍କ ବ୍ୟତୀତ ଜନ୍ ଆବ୍ରାହମ୍, ତାରା ଏବଂ ଦିଶାଙ୍କ ଭଳି କଳାକାରମାନେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ