ETV Bharat / sitara

ଘରକୁ ଫେରିଲେ ଅଲୁ ଅର୍ଜୁନ, ଫୁଲରେ ନାନା ଲେଖି ସ୍ବାଗତ କଲେ ଅରହା

author img

By

Published : Jan 29, 2022, 12:53 PM IST

ଅଲୁ ଅର୍ଜୁନ 16 ଦିନ ପରେ ଦୁବାଇରୁ ଘରକୁ ଫେରିଛନ୍ତି । ଅରହା ତାଙ୍କୁ ଅତି ସୁନ୍ଦର ଭାବେ ଘରକୁ ସ୍ୱାଗତ କରିଛନ୍ତି । ଅଧିକ ପଢନ୍ତୁ

ଘରକୁ ଫେରିଲେ ଅଲୁ ଅର୍ଜୁନ, ନାନାଙ୍କୁ ଫୁଲରେ ସ୍ବାଗତ କଲେ ଝିଅ ଅରହା

ହାଇଦ୍ରାବାଦ: ଅଲୁ ଅର୍ଜୁନ 16 ଦିନ ପରେ ଦୁବାଇରୁ ଘରକୁ ଫେରିଛନ୍ତି । ଝିଅ ଅରହା ତାଙ୍କୁ ଅତି ସୁନ୍ଦର ଭାବେ ଘରକୁ ସ୍ୱାଗତ କରିଛନ୍ତି। ଅଭିନେତା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରି ଝିଅ ତାଙ୍କୁ କିପରି ସ୍ୱାଗତ କରିଥିଲେ ତାହା କହିଛନ୍ତି।

ଆପଣ ବି ଦେଖିପାରିବେ, ଅରହା ଫୁଲରେ 'ସ୍ୱାଗତ ନାନା' ଲେଖିଛନ୍ତି । ଫଟୋ ସେୟାର କରି ଅଲୁ ଲେଖିଛନ୍ତି, ବିଦେଶରେ 16 ଦିନ ରହିବା ପରେ ସବୁଠୁ ସୁନ୍ଦର ସ୍ୱାଗତ । ଅରା ଶୋଇବା ପୋଷାକରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଅଲୁ କିଛିଦିନ ପାଇଁ ଦୁବାଇରେ ଥିଲେ। ତେବେ ଏହା ଛୁଟିଦିନ ଥିଲା ନା ଅନ୍ୟ କୌଣସି କାରଣ ତାହା ଜଣା ପଡିନାହିଁ । କିଛି ଦିନ ପୂର୍ବରୁ ଅଭିନେତା ଦୁବାଇରୁ କିଛି ଫଟୋ ସେୟାର କରିଥିଲେ।

ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ଅଭିନୀତ ପୁଷ୍ପା: ଦି ରାଇଜ୍ 17 ଡିସେମ୍ବର 2021 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏବଂ ଏହା ସବୁଠୁ ବଡ ବ୍ଲକବଷ୍ଟର ଫିଲ୍ମ। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ସବୁ ମହଲରୁ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଛି । ସେଲିବ୍ରେଟି ଠାରୁ ଆରମ୍ଭ କରି ସମାଲୋଚକ, ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ପୁଷ୍ପାର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.