ETV Bharat / sitara

କାଚା ବାଦାମ୍ ଗୀତରେ ଝୁମିଲେ ଅଲୁ ଅର୍ଜୁନଙ୍କ ଝିଅ ଆରହା, ଭିଡିଓ ଭାଇରାଲ

ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଝିଅ ଆରହାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆରହା ‘କାଚା ବାଦାମ୍’ ଗୀତରେ ଡ୍ୟାନ୍ସ କରି ସମସ୍ତଙ୍କୁ ଚକିତ କରାଇଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 10, 2022, 1:37 PM IST

କାଚା ବାଦାମ୍ ଗୀତରେ ନାଚିଲେ ଅଲୁ ଅର୍ଜୁନଙ୍କ ଝିଅ ଆରହା

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ମେଗା ବ୍ଲକବଷ୍ଟର ଚଳଚ୍ଚିତ୍ର ପୁଷ୍ପା: ଦି ରାଇଜ୍ ପାର୍ଟ-1 ପୂରା ଦେଶରେ ଧୁମ ମଚାଇସାରିଛି । ଚଳଚ୍ଚିତ୍ରଟି ଯେତିକି ବ୍ଲକ ବଷ୍ଟର୍ ହିଟ୍ ହୋଇଛି ତାଠାରୁ ଅଧିକ ହିଟ ହୋଇଛି ଚଳଚ୍ଚିତ୍ରର ଗୀତଗୁଡ଼ିକ । ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ଏହି ଗୀତରେ ରିଲ୍ ତିଆରି କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଶ୍ରୀଭଲି, ସାମୀ, ଓ ଅଣ୍ଟାବା ପରେ ପରେ ଏବେ ଭାଇରାଲ୍ ହେଉଛି ‘କାଚା ବାଦାମ୍’ ଗୀତ । ୟୁଟ୍ୟୁବରେ ଏହି ଗୀତର ବିଭିନ୍ନ ସଂସ୍କରଣକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖୁଛନ୍ତି ଦର୍ଶକ । କେବଳ ଦେଶର ନୁହନ୍ତି, ବିଦେଶର ଲୋକମାନେ ମଧ୍ୟ ‘କାଚା ବାଦାମ୍’ ଗୀତରେ ରିଲ୍ ବନାଉଛନ୍ତି। ତେବେ ଏଥିରୁ ଆରହା କେମିତି ବାଦ ପଡିଥାନ୍ତେ ।

ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଝିଅ ଆରହାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆରହା ‘କାଚା ବାଦାମ୍’ ଗୀତରେ ଡ୍ୟାନ୍ସ କରି ସମସ୍ତଙ୍କୁ ଚକିତ କରାଇଛନ୍ତି। ଅଲୁ ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ଅରହାଙ୍କ ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ସହିତ ଅଲୁ କ୍ୟାପସନରେ ଲେଖିଛନ୍ତି, 'ମେରୀ ଛୋଟି ବାଦାମ ଆରହା'। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ 22 ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି ।

ଅଲୁଙ୍କ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ମଧ୍ୟ ଏହି ଭିଡିରେ ସୁନ୍ଦର ସୁନ୍ଦର କମେଣ୍ଟ ଦେଉଛନ୍ତି । ତେବେ ଏହି ‘କାଚା ବାଦାମ୍’ ଗୀତଟିକୁ ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବଦ୍ୟାକର ଗାଇଛନ୍ତି । ସେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏହି ‘କାଚା ବାଦାମ୍’ ଗୀତ ଗାଆନ୍ତି। କାଚା ବାଦାମ୍‌ ଭାଇରାଲ ଭିଡିଓ ଏବେ ବିଶ୍ବବ୍ୟାପୀ ଧମାଲ ମଚାଇଛି ।

ଏହା ବି ପଢନ୍ତୁ: ଘରକୁ ଫେରିଲେ ଅଲୁ ଅର୍ଜୁନ, ଫୁଲରେ ନାନା ଲେଖି ସ୍ବାଗତ କଲେ ଅରହା

ଅଲୁ ଅର୍ଜୁନଙ୍କର ଦୁଇଟି ସନ୍ତାନ ଅଲୁ ଆରହା ଏବଂ ଅଲୁ ଅୟାନ୍ ଅଛନ୍ତି । ଏହାପୂର୍ବରୁ ଆରହା ତାଙ୍କ ପିତାଙ୍କୁ ଫୁଲରେ ଘର ଭୁତରକୁ ସ୍ବାଗତ କରିଥିଲେ। ଏହାର ଏକ ଫଟୋ ଅଲୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଥିଲେ । ଏହି ଫଟୋ ଶେୟାର କରି ଆଲୁ ଲେଖିଥିଲେ, "ବିଦେଶରୁ ଫେରିବା ପରେ ସୁନ୍ଦର ସ୍ବାଗତ, ଏହି ଫଟୋରେ ସ୍ବାଗତ ନାନା ଲେଖାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.