ନୂଆଦିଲ୍ଲୀ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏକାଠି 3 ଟି ଫିଲ୍ମରେ କାମ କରିଛନ୍ତି ଏବଂ ଏହି ତିନିଟି ଯାକ ସୁପରହିଟ୍ ହୋଇଛି । ଏହି ଚଳଚ୍ଚିତ୍ରଗୁଡ଼ିକ ଥିଲା 'ଗୋଲିୟୋ କି ରାସଲିଲା - ରାମ ଲୀଲା', 'ବାଜିରାଓ ମସ୍ତାନୀ' ଏବଂ 'ପଦ୍ମାବତ୍' । ଯାହାକୁ ନେଇ ପ୍ରଶଂସକମାନେ ଭଂସାଲୀ ଏବଂ ଦୀପିକାଙ୍କ ଯୋଡିର ଅଧିକ ଚଳଚ୍ଚିତ୍ର ଦେଖିବାକୁ ଚାହାଁନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ, ଦୁହିଁଙ୍କ ମଧ୍ୟରେ କିଛି ମନମାଳିନ୍ୟ ହୋଇଛି ଏବଂ ଦୀପିକା ଏହି ସମୟରେ ଭଂସାଲୀଙ୍କ ଉପରେ ରାଗିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ସୂତ୍ରରୁ ଜଣାଯାଇଛି ଯେ, ଭଂସାଲୀ ଦୀପିକାଙ୍କୁ ଆଲିଆ ଭଟ୍ଟଙ୍କ ଫିଲ୍ମ ' ଗଙ୍ଗୁବାଇ କାଠିଆୱାଡି'ର ଏକ ଡ୍ୟାନ୍ସ ନମ୍ବର ପାଇଁ ଅଫର ଦେଇଥିଲେ । କିନ୍ତୁ ଦୀପିକା ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଭଂସାଲୀ ଦୀପିକାଙ୍କୁ 'ହିରା ମଣ୍ଡି'ରେ ଏକ ବିଶେଷ ଭୂମିକା ପାଇଁ ଅଫର ମଧ୍ୟ ଦେଇଥିଲେ, କିନ୍ତୁ ଦୀପିକା ମଧ୍ୟ ଏଥିରେ କାମ କରିବାକୁ ମନା କରିଦେଇଥିଲେ। ଦୀପିକା 2ଟି ଅଫର ପ୍ରତ୍ୟାଖ୍ୟାନ କରିବା ପରେ ଭଂସାଲୀ ମଧ୍ୟ ତାଙ୍କ ଉପରେ ରାଗିଛନ୍ତି ।
ପ୍ରକାଶ ଯେ, ଭଂସାଲୀ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଦୀପିକାଙ୍କ ସହ 'ବୈଜୁ ବାବରା' ନିର୍ମାଣ କରିବାକୁ ଯୋଜନା କରିଥିଲେ।

ସୂତ୍ରରୁ ପ୍ରକାଶ ଯେ, ଏବେ ଦୀପିକା ଏବଂ ଭଂସାଲୀଙ୍କ ନିକଟବର୍ତ୍ତୀ ଲୋକମାନେ ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ଭୁଲ ବୁଝାମଣାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । ଆଶା କରାଯାଉଛି ଯେ ଉଭୟଙ୍କ ମଧ୍ୟରେ ମତଭେଦ ସମାଧାନ ହେବ ଏବଂ ଦୀପିକା 'ବୈଜୁ ବାବରା' ରେ କାମ କରିବେ।
କୁହାଯାଉଛି ଯେ, ଖୁବ୍ ଶୀଘ୍ର ଭଂସାଲୀ ଦୀପିକାଙ୍କ ସହ କଥା ହେବେ କାରଣ ସେ ଉଭୟ ଦୀପିକା ଏବଂ ରଣଭୀରଙ୍କୁ ଅତି ନିକଟତର ବୋଲି ଭାବନ୍ତି ।
ବର୍ତ୍ତମାନ ଭଂସାଲୀ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡିରେ ବ୍ୟସ୍ତ ଅଛନ୍ତି ।
ଏହା ମଧ୍ୟ କୁହାଯାଉଛି ଯେ, ଦୀପିକା 'ଗଙ୍ଗୁବାଇ କାଠିଆୱାଡି'ରେ କାମ କରିବାକୁ ଚାହୁଁଥିଲେ ଏବଂ ପ୍ରିୟଙ୍କାଙ୍କ ପରେ ତାଙ୍କୁ ଏହି ଭୂମିକା ପାଇଁ ଚୟନ କରାଯାଇଥିଲା । କିନ୍ତୁ ଏହା ପରେ ଯେତେବେଳେ ଭଂସାଲୀ ଆଲିଆ ଭଟ୍ଟ ଏବଂ ସଲମାନ ଖାନଙ୍କ ସହ 'ଇଶାଅଲ୍ଲା' କରିପାରିନଥିଲେ, ସେ ପରବର୍ତ୍ତୀ ସମୟରେ ଆଲିଆଙ୍କୁ 'ଗଙ୍ଗୁବାଇ କାଠିଆୱାଡି'ରେ ସାଇନ କରିଥିଲେ।