ETV Bharat / sitara

ନିଜ ଆଦର୍ଶ କରୀନାଙ୍କ ପାଇଁ ଆଲିୟାଙ୍କ ଚିଠି

author img

By

Published : May 11, 2020, 7:25 PM IST

ଫିଲ୍ମ ଚମେଲିରେ ଜଣେ ଦେହଜୀବୀ ଭୂମିକାରେ ନିଜ ଅଭିନୟର ଦକ୍ଷତା ପ୍ରମାଣ କରିଛନ୍ତି ବେବୋ । ଆଉ ଖାସ ସେଥିପାଇଁ ତାଙ୍କୁ ଆଲିୟା ମାନନ୍ତି ନିଜ ଆଦର୍ଶ । ଅଧିକ ପଢନ୍ତୁ...

ନିଜ ଆଦର୍ଶ କରୀନାଙ୍କ ପାଇଁ ଆଲିୟାଙ୍କ ଚିଠି
ନିଜ ଆଦର୍ଶ କରୀନାଙ୍କ ପାଇଁ ଆଲିୟାଙ୍କ ଚିଠି

ମୁମ୍ବାଇ: ବଲିଉଡରେ କରୀନାଙ୍କ ଭର୍ସାଟାଇଲ ଆକ୍ଟିଂ ସମସ୍ତେ ଜାଣନ୍ତି । ରିଫ୍ୟୁଜିରେ ଡେବ୍ୟୁ ପରଠାରୁ ବେବୋ ଲଗାତାର 7ରୁ 8 ବର୍ଷ ବଲିଉଡ ହିରୋଇନ ଭାବେ ରାଜ କରିଥିଲେ । ତାଙ୍କ ସମକକ୍ଷ ହେବା ଭଳି ହିରୋଇନ ସେତେବେଳେ କେହି ନଥିଲେ । ବେବୋ ଅନେକ ନୂଆପିଢି ହିରୋଇନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ।

ଫିଲ୍ମ ରିଫ୍ୟୁଜିଠାରୁ ଆରମ୍ଭ କରି ଗୁଡ୍ ନ୍ୟୁଜ୍ ପର୍ଯ୍ୟନ୍ତ କରୀନା କପୁର ସବୁଥର ଏହା ପ୍ରମାଣ କରିଛନ୍ତି ଯେ ସେ ଜଣେ ବହୁମୁଖୀ ପ୍ରତିଭା । ସେହିପରି ଫିଲ୍ମ ଚମେଲିରେ ଜଣେ ଦେହଜୀବୀ ଭୂମିକାରେ ନିଜ ଅଭିନୟର ଦକ୍ଷତା ପ୍ରମାଣ କରିଛନ୍ତି ବେବୋ । ଆଉ ଖାସ ସେଥିପାଇଁ ତାଙ୍କୁ ଆଲିୟା ମାନନ୍ତି ନିଜ ଆଦର୍ଶ । ନିକଟରେ ନିଜ ପ୍ରିୟ ଅଭିନେତ୍ରୀ ତଥା କରୀନା କପୁର ଖାନଙ୍କୁ ଆଲିୟା ଏକ ଲେଟର ଲେଖିଛନ୍ତି ।

ବର୍ତ୍ତମାନ କୋରୋନା ମହାମାରୀ ମଧ୍ୟରେ ସମସ୍ତେ ନିଜ ଘର ଭିତରେ ବନ୍ଦ ହୋଇ ରହିଛନ୍ତି । ସେଲିବ୍ରିଟିମାନେ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । ସମସ୍ତେ ନିଜ ନିଜକୁ କ୍ବାରେଣ୍ଟାଇନ କରିଛନ୍ତି । ତେଣୁ ଏହି ଲକଡାଉନରେ ସେମାନେ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଖୁବ୍ ସକ୍ରିୟ ରହିଛନ୍ତି । ଏହି ଅବସରରେ ଆଲିୟା କରୀନାଙ୍କ ପାଇଁ ଲେଖିଛନ୍ତି ଯେ ନିଜ କ୍ୟାରିୟରରେ ତମେ ଚମେଲୀ ଭଳି ରୋଲ ବାଛିବା ସହ ଯେଉଁ ଶିଖରରେ ଆଜି ପହଞ୍ଚିଛ ସେଥିପାଇଁ ତମେ ମୋ ଆଦର୍ଶ । ଖୁବ୍ କମ ଲୋକ ଏହା ବିଷୟରେ ଜାଣିଥିବେ ବୋଲି ସେ ଲେଖିଛନ୍ତି ।

ଏନେଇ କରୀନା ଏହାର ଜବାବରେ ତାଙ୍କୁ ଧନ୍ୟବାଦ ଦେବା ସହ ଲେଖିଛନ୍ତି, ଆଇ ଲଭ୍ ୟୁ ଆଲିୟା । ଉଭୟ ପୂର୍ବରୁ ଏକାଠି ଉଡତା ପଞ୍ଜାବ ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି । ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ଏହା ପ୍ରଥମ ଥର ନୁହେଁ ଯେବେ ଆଲିୟା ବୋବୋଙ୍କ ପ୍ରତି ନିଜ ଭଲ ପାଇବା ଜାହିର କରିଛନ୍ତି । ପୂର୍ବରୁ କଫି ୱିଥ୍ କରଣରେ ସେ କହିଥିଲେ ଯେ କରୀନାଙ୍କ ଯୋଗୁଁ ତାଙ୍କ ଭିତରେ ଆକ୍ଟିଂର କୀଡା ଜନ୍ମ ନେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.