ETV Bharat / sitara

କୋରୋନା କବଳରେ ଆଲିଆ - ରଣବୀର କପୁରଙ୍କ ନ୍ୟୁଜ

କିଛି ଦିନ ମଧ୍ୟରେ ବଲିଉଡର ଅନେକ ସେଲିବ୍ରିଟିଙ୍କ କୋରୋନା ସଂକ୍ରମିତ ହୋଇସାରିଲେଣି । ଏଥର ଆଲିଆଙ୍କୁ ନେଇ ଏହି ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
author img

By

Published : Apr 2, 2021, 8:49 AM IST

Updated : Apr 2, 2021, 9:18 AM IST

ମୁମ୍ବାଇ: ବୟଫ୍ରେଣ୍ଡ ରଣବୀର କପୁରଙ୍କ ପରେ ଏବେ ଆଲିଆ ଭଟ୍ଟଙ୍କୁ କୋରୋନା । ଯାହାକୁ ନେଇ ନିରାଶ ତାଙ୍କ ଫ୍ୟାନ୍ସ । ନିକଟରେ ଆମୀର ଖାନ, ତାରା ସୁତାରିଆଙ୍କ ଭଳି ସେଲିବ୍ରିଟିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଆଉ ଏବେ ଆଲିଆଙ୍କ କୋରୋନା କଥା ଶୁଣିବାକୁ ମିଳୁଛି । ଯାହାର ଖୁଲାସା ଫିଲ୍ମ ଫେୟାର ସୋସିଆଲ ମିଡିଆ ଆକାଉଣ୍ଟରେ କରାଯାଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ଗୁରୁବାର ବିଳମ୍ବିତ ରାତିରେ ଆଲିଆଙ୍କ ଏକ ଫଟୋ ପୋଷ୍ଟ କରାଯାଇଥିଲା । ଯାହାର କ୍ୟାପସନରେ ଲେଖାଯାଇଥିଲା, ‘ଆଲିଆଙ୍କ କୋରୋନା ରିପୋର୍ଟ ପଜିଟିଭ । ଆମେ ପ୍ରାର୍ଥନା କରୁଛୁ ଅଭିନେତ୍ରୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।’

ସେପଟେ ଆଲିଆ ମଧ୍ୟ ଏହାର ସୂଚନା ଦେଇ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ କୋରୋନା ସଂକ୍ରମିତ ହୋଇଛି । ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ରହିବା ସହ ମୋ ଡାକ୍ତରଙ୍କ ସବୁ ପରାର୍ମଶ ଅନୁଯାୟୀ କାମ କରୁଛି । ଧନ୍ୟବାଦ ତୁମମାନଙ୍କ ସ୍ନେହ ଓ ପ୍ରେମ ପାଇଁ ।’

ପ୍ରକାଶ ଥାଉକି ମାର୍ଚ୍ଚ 9ରେ ରଣବୀରଙ୍କୁ କୋରୋନା ହେବା ଖବର ଶୁଣିବାକୁ ମିଳିଥିଲା । ସେପଟେ ଆଲିଆଙ୍କ ଟେଷ୍ଟ ନେଗେଟିଭ ଆସିଥିଲା । ହେଲେ ଏବେ ସେ କୋରୋନା କବଳରୁ ନିଜକୁ ସୁରକ୍ଷିତ କରିପାରିନାହାଁନ୍ତି ।

Last Updated : Apr 2, 2021, 9:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.