ETV Bharat / sitara

'ସଡକ-2' ସୁଟିଂ ଆରମ୍ଭ କଲେ ଆଲିୟା, ସ୍ବାଗତ କଲେ ଭଉଣୀ

author img

By

Published : May 21, 2019, 9:56 PM IST

କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ 1991ରେ ରିଲିଜ ହୋଇଥିବା ଫିଲ୍ମ 'ସଡକ'ର ସିକ୍ବେଲ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଏହି ଅବସରରେ ତାଙ୍କ ବଡ ଭଉଣୀ ଅର୍ଥାତ୍ ଅଭିନେତ୍ରୀ ପୂଜା ଭଟ୍ଟ ତାଙ୍କର ସ୍ବାଗତ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ମୁମ୍ବାଇ: ବଲିଉଡର ଟପ ଅଭିନେତ୍ରୀ ମଧ୍ୟରୁ ଅନ୍ୟତମ ଆଲିୟା ଭଟ୍ଟ, ଯିଏ ଏବେ ନିଜର ଆଗାମୀ ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ସେ ଫିଲ୍ମ 'ସଡକ-2'ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଏହାର ସୂଚନା ଫ୍ୟାନ୍ସଙ୍କୁ ତାଙ୍କ ବଡ ଭଉଣୀ ପୂଜା ଭଟ୍ଟ ଦେଇଛନ୍ତି ।

ପୂଜା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଗୋଟିଏ କାଗଜରେ ଆଲିୟାଙ୍କ ନାମ ସଡକ ମଧ୍ୟ ଲେଖା ହୋଇଥିବାର ନଜର ଆସୁଛି । କ୍ୟାପସନରେ ପୂଜା ଲେଖିଛନ୍ତି, "ଆଲିୟା ଇଜ ଇନ ଦ ହାଉସ ।"

ପ୍ରକାଶ ଥାଉକି 1991ରେ ଆସିଥିବା ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ସୁପରଡୁପର ହିଟ୍ ଫିଲ୍ମ 'ସଡକ'ର ସିକ୍ବେଲ ଫିଲ୍ମ 'ସଡକ-2' । ଯେଉଁଥିରେ ଆଲିୟାଙ୍କ ବ୍ୟତୀତ ଆଦିତ୍ୟ ରାୟ କପୁର, ସଞ୍ଜୟ ଓ ପୂଜା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଦୁଇ ତିନି ଦିନ ପୂର୍ବରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । କିନ୍ତୁ ଆଜି ଆଲିୟା ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.