ETV Bharat / sitara

ଆଦିତ୍ୟଙ୍କୁ କିସ୍ କଲେ ଆଲିୟା, ଭାଇରାଲ ପୋଷ୍ଟର

author img

By

Published : Aug 14, 2020, 7:14 PM IST

ଟ୍ରୋଲର୍ସଙ୍କୁ ଖାସ୍ ଅନ୍ଦାଜରେ ଜବାବ ଦେଲେ ଆଲିୟା । ‘ସଡକ 2’ ଫିଲ୍ମର ନୂଆ ପୋଷ୍ଟର ସହ ଏକ ଗୀତର ଅଡିଓ ଭର୍ସନ ସେୟାର କରି ଚର୍ଚ୍ଚାରେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ମୁମ୍ବାଇ: ଗତ ବୁଧବାର ଫେମସ ନିର୍ମାତା ମହେଶ ଭଟ୍ଟଙ୍କ ଚର୍ଚ୍ଚିତ ଫିଲ୍ମ ‘ସଡକ 2’ର ଟ୍ରେଲର ରିଲିଜ ହୋଇଥିଲା । ହେଲେ ଏହି ମଲ୍ଟି ଷ୍ଟାରର ଫିଲ୍ମର ଟ୍ରେଲରକୁ ୟୁଟ୍ୟୁବରେ ଲାଇକଠୁ ଅଧିକ ଡିସଲାଇକ ମିଳିଛି । କାରଣ ସୁଶାନ୍ତ ସିଂ ରାତପୁତଙ୍କ ଆତ୍ମହତ୍ୟା ପରଠୁ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଆଣିବାରେ ଲାଗିଛନ୍ତି ଫ୍ୟାନ୍ସ । ଆଉ ‘ସଡକ 2’ରେ ଉପରେ ମଧ୍ୟ ପରିବାରବାଦ ଅଭିଯୋଗ ଲାଗିଛି । ଏହାକୁ ଆଧାର କରି ଫିଲ୍ମ ଟ୍ରେଲରକୁ ଡିସଲାଇକ ଅଧିକ ମିଳିଛି ।

ସେହିପରି ଫିଲ୍ମରେ ପୂଜା ଭଟ୍ଟ, ସଞ୍ଜୟ ଦତ୍ତ, ଆଲିୟା ଭଟ୍ଟ ଓ ଆଦିତ୍ୟ ରାୟ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ଇତିମଧ୍ୟରେ ଆଲିୟା ଟ୍ରୋଲର୍ସଙ୍କୁ ଜବାବ ଦେବାକୁ ଯାଇ ଫିଲ୍ମର ଗୀତ ‘ତୁମ ସେ ହି’ର ଅଡିଓ ଭର୍ସନ ଇନଷ୍ଟାଗ୍ରାମ ଷ୍ଟୋରି ସେୟାର କରିଛନ୍ତି । ଏହାସହ ସେ ଆଦିତ୍ୟଙ୍କୁ କିସ୍ କରୁଥିବାର ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ।

ପ୍ରକାଶ ଥାଉକି ଆଲିୟାଙ୍କ ପୂର୍ବରୁ ତାଙ୍କ ଭଉଣୀ ତଥା ଅଭିନେତ୍ରୀ, ନିର୍ମାତା ପୂଜା ଭଟ୍ଟ ମଧ୍ୟ ଟ୍ବିଟ କରି ଟ୍ରୋଲର୍ସଙ୍କୁ କଡା ଜବାବ ଦେଇସାରିଛନ୍ତି । ଯଦି ‘ସଡକ 2’ ବିଷୟରେ କଥା ହେବା ତେବେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରେ ଏମାସ 21 ତାରିଖରେ ରିଲିଜ ହେବାକୁ ଯାଉଛି । ସଞ୍ଜୟ ଓ ପୂଜାଙ୍କ 1991ରେ ଆସିଥିବା ରୋମାଣ୍ଟିକ ଫିଲ୍ମ ‘ସଡକ’ର ଏହା ସିକ୍ବେଲ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.