ETV Bharat / sitara

ପିତାଙ୍କ ପାଇଁ ଇମୋଶନାଲ ନୋଟ ଲେଖିଲେ ଆଲିୟା

'ସଡ଼କ 2'ର ଉଟି ସିଡ୍ୟୁଲ ସୁଟିଂ ଶେଷ କଲେ ଆଲିୟା । ଏହି ମଲ୍ଟି ଷ୍ଟାରର ଫିଲ୍ମ ମୁଖ୍ୟ ଭୂମିକାରେ ନଜର ଆସିବେ ପୂଜା ଭଟ୍ଟ, ସଞ୍ଜୟ ଦତ୍ତ, ଆଲିୟା ଓ ଆଦିତ୍ୟ ରାୟ କପୁର ।

author img

By

Published : Jul 29, 2019, 9:43 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମହେଶ ଭଟ୍ଟ

ମୁମ୍ବାଇ: ଖୁବଶୀଘ୍ର କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ନିଜ ଭଉଣୀ ପୂଜା ଭଟ୍ଟ ଓ ସଞ୍ଜୟ ଦତ୍ତଙ୍କ ସୁପରହିଟ୍ ଫିଲ୍ମ 'ସଡ଼କ'ର ସିକ୍ବେଲରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ 'ଆଶିକି 2' ଅଭିନେତା ଆଦିତ୍ୟ ରାୟ କପୁର ମୁଖ୍ୟ ଭୂମିକାରେ ଦେଖାଯିବେ । ଏହି ମଲ୍ଟି ଷ୍ଟାରର ଫିଲ୍ମର ସୁଟିଂ ପାଇଁ ଆଲିୟା କିଛି ଦିନ ହେବ ଉଟିରେ ଥିଲେ । ଫିଲ୍ମ ସିଡ୍ୟୁଲ ପୁରା କରିବା ଅବସରରେ ଆଲିୟା ପିତା ଅର୍ଥାତ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ପାଇଁ ଏକ ସ୍ପେଶାଲ ନୋଟ ଲେଖିଛନ୍ତି ।

ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପିତାଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, "ସିଡ୍ୟୁଲ ଶେଷ ହେଲା । ପୁରା କ୍ରୁଙ୍କ ପାଖରେ ଯେତେ ଶକ୍ତି ଅଛି ତାହା ଠାରୁ ଅଧିକ ମାଇଁ ନଟ ସୋ ଓଲ୍ଡୋ ମ୍ୟାନଙ୍କ ପାଖରେ ଅଛି । ଆଗାମୀ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଅନେକ ଅନେକ ପ୍ରେମ ଓ ସ୍ନେହ ଡ୍ୟାଡି ।" ଏହି ସେଲ୍ଫି ଫଟୋରେ ଆଲିୟା ମହେଶଙ୍କ ସହ ନଜର ଆସୁଛନ୍ତି ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମହେଶ ଭଟ୍ଟ

ଉଟି ସୁଟିଂ ସମୟରେ ମହେଶ ମଧ୍ୟ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ଆଲିୟା ଭଟ୍ଟ, ପୂଜା ଭଟ୍ଟ ଓ ସାହୀନ ମସ୍ତି କରୁଥିବାର ନଜର ଆସିଥିଲେ ।

ପ୍ରକାଶ ଥାଉକି ଏହି ମଲ୍ଟି ଷ୍ଟାରର ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି । ଏହା ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ । ଯାହାକୁ ନେଇ ଉତ୍ସାହିତ ଦର୍ଶକ ।

Intro:Body:

szgfhjhj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.