ମୁମ୍ବାଇ: ବିଶିଷ୍ଟ ନିର୍ମାତା ମହେଶ ଭଟ୍ଟ ଲକଡାଉନ ପାଇଁ ଘରେ ପତ୍ନୀ ସୋନି ରାଜଦାନଙ୍କ ସହ ସମୟ ବିତାଉଛନ୍ତି। ଇତିମଧ୍ୟରେ ତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେବାରେ ଲାଗିଛି । ଯାହାକୁ ସେୟାର କରିଛନ୍ତି ସୋନି। ଲକଡାଉନ ପାଇଁ ସେ ପତ୍ନୀଙ୍କ ରୋଷେଇଆ ସାଜିଛନ୍ତି। ଆଉ ଭାଇରାଲ ହେଉଥିବା ଭିଡିଓରେ ସେ ରୋଷେଇ କରୁଥିବାର ନଜର ଆସୁଛନ୍ତି।
- " class="align-text-top noRightClick twitterSection" data="
">
ସୋନି ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ରୋଷେଇ କ୍ଲାସ ପ୍ରଗତିରେ। ଆପଣ କେବଳ କଳ୍ପନା କର ନାହିଁ କି ସେ ରୋଷେଇ କରିଛନ୍ତି। ସେ ଏହାକୁ ଟିକଟକରେ ପୋଷ୍ଟ କରିବାକୁ ଚାହୁଁଥିଲେ।’
ସବୁଠାରୁ ମଜାଦାର କଥା ହେଲା ଯେ ପିତାଙ୍କ ଏହି ଭିଡିଓରେ ଲାଡଲୀ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ମଜାଦାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ସେ କମେଣ୍ଟରେ ଓଏମଜି ଲେଖିଛନ୍ତି।
ପ୍ରକାଶ ଥାଉକି ପୁରା ଭଟ୍ଟ ପରିବାର ନିଜ ଆଗାମୀ ପ୍ରୋଜେକ୍ଟ ‘ସଡକ-2’ ନିର୍ମାଣ କରିବାରେ ଲାଗିଛନ୍ତି । ଏହି ଫିଲ୍ମରେ ଆଲିୟାଙ୍କ ସହ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ ଓ ଆଦିତ୍ୟ ରାୟ କପୁର ମଧ୍ୟ ନଜର ଆସିବେ। ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ମହେଶ । ହେଲେ ଲକଡାଉନ ପାଇଁ ବର୍ତ୍ତମାନ ଫିଲ୍ମର ସୁଟିଂ ବନ୍ଦ ଅଛି।