ମୁମ୍ବାଇ: ବଲିଉଡର କ୍ୟୁଟ ଗାର୍ଲ ଆଲିୟା ଭଟ୍ଟ । ନିଜର ଫ୍ୟାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ଆଲିଆ । ତାଙ୍କ ଦମଦାର ଷ୍ଟାଇଲ ସବୁବେଳେ ଏହା ପ୍ରମାଣ କରିଛି ଯେ, ସେ କେବଳ କ୍ୟୁଟ ନୁହଁନ୍ତି ବଂର ଷ୍ଟାଇଲିସ ମଧ୍ୟ । ଆଲିଆଙ୍କୁ ଯେତେଥର ବି ଶାଢୀରେ ସ୍ପଟ କରାଯାଇଛି । ସବୁବେଳେ ସେ ହଟକେ ଅନ୍ଦାଜରେ ନଜର ଆସିଥାଆନ୍ତି । ଆଉ ନିକଟରେ ମଧ୍ୟ ତାଙ୍କୁ ଏକ ମଲ୍ଟିକଲର ଶାଢୀରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ।
ନିକଟରେ ଏକ ଆୱାର୍ଡ ସେରିମୋନୀରେ ସେ ମଲ୍ଟିକଲର ଶାଢୀ ପିନ୍ଧି ପହଞ୍ଚିଥିଲେ । ଏହି ଶାଢୀ ଫେମସ୍ ଡିଜାଇନର ସବ୍ୟସାଚ୍ଚୀ ଡିଜାଇନ କରିଥିଲେ । ଯଦି ଶାଢୀ ସମ୍ପର୍କରେ କହିବା ତେବେ ଏଥିରେ ହାଲକା କାମ କରାଯାଇଥିଲା । ଆଲିୟା ଏହି ଶାଢୀକୁ ସ୍ଲିବଲେସ୍ ବ୍ଲାଉଜ ସହ ପିନ୍ଧିଥିଲେ । ସବୁଥର ପରି ଏଥର ମଧ୍ୟ ସେ ଲାଇଟ୍ ମେକଅପ୍ କରିଥିଲେ । ଶାଢୀ ସହ ସେ ମ୍ୟାଚିଙ୍ଗ ମଲ୍ଟିକଲର ଇଅରରିଙ୍ଗ୍ ମଧ୍ୟ ପିନ୍ଧିଥିଲେ । ଯାହା ତାଙ୍କ ଲୁକ୍କୁ ଚାର ଚାନ୍ଦ ଲଗାଇଥିଲା ।