ମୁମ୍ବାଇ: ନିକଟରେ କୋରୋନା ସଂକ୍ରମିତ ହୋଇଥିବା ଫେମସ ଲଭବାର୍ଡ ଆଲିୟା ଭଟ୍ଟ ଓ ରଣବୀର କପୁର କିଛି ଦିନରୁ ପରସ୍ପରଠୁ ଦୂରେଇ ରହିଥିଲେ । ଏବେ ସୁସ୍ଥ ହୋଇ ଛୁଟି କାଟିବାକୁ ବାହାରି ପଡିଛନ୍ତି ଏହି ଯୋଡି । କାରଣ ଦୁଇଜଣଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ମାଳଦ୍ବୀପ ଯାତ୍ରା କରିଛନ୍ତି ଦୁହେଁ । ମୁମ୍ବାଇ ଏୟାରପୋର୍ଟରେ ଆସିଲେ ନଜର ।
- " class="align-text-top noRightClick twitterSection" data="
">
ସୋମବାର ମାଳଦ୍ବୀପର ଯାତ୍ରା କରିଛନ୍ତି ଆଲିୟା ଓ ରଣବୀର । ଆଉ ଭାଇରାଲ ହେଉଛି ଦୁଇଜଣଙ୍କ ଭିଡିଓ । ଫ୍ୟାନକ୍ଲବ ପେଜରେ ସେୟାର କରାଯାଇଛି ଦୁଇଜଣଙ୍କ ଯାତ୍ରାର ଫଟୋ । ହ୍ବାଇଟ ଆଉଟଫିଟ୍ରେ ନଜର ଆସିଲେ ଦୁହେଁ । ପ୍ରକାଶ ଥାଉକି ଆଲିୟା ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡା’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହାବ୍ୟତୀତ ଆୟାନ ମୁଖାର୍ଜୀଙ୍କ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ନଜର ଆସିବେ ଆଲିୟା । ଖାଲି ଏତିକି ନୁହେଁ ଖୁବଶୀଘ୍ର ପ୍ରଯୋଜନା କ୍ଷେତ୍ରରେ ନିଜ ଭାଗ୍ୟ ପରୀକ୍ଷା କରିବେ ଅଭିନେତ୍ରୀ ବୋଲି ଚର୍ଚ୍ଚା ।
ଯଦି ରଣବୀରଙ୍କ ବିଷୟରେ କଥା ହେବା ସେ ‘ବ୍ରହ୍ମାସ୍ତ୍ର’ ଓ ‘ସମଶେରା’ରେ ନଜର ଆସିବେ । ପିରିୟଡ ଡ୍ରାମା ଫିଲ୍ମ ସମଶେରାରେ ସଞ୍ଜୟ ଦତ୍ତ, ବାଣୀ କପୁର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଏହାବ୍ୟତୀତ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଗ୍ୟାଙ୍ଗଷ୍ଟର ଫିଲ୍ମ ‘ଆନିମଲ’କୁ ନେଇ ବେଶ୍ ଚର୍ଚ୍ଚାରେ ରଣବୀର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ