ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କୋଭିଡ -19 ଟେଷ୍ଟ ନେଗେଟିଭ ଆସିଛି । ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହା ନିଶ୍ଚିତ କରିଛନ୍ତି । ରିପୋର୍ଟ ନେଗେଟିଭ ଆସିବା ପରେ ସେ ସୁଟିଂ ଆରମ୍ଭ କରିଛନ୍ତି ।
ଇନଷ୍ଟାଗ୍ରାମରେ ଆଲିଆ ଏକ ନୋଟରେ ଲେଖିଛନ୍ତି, 'ମୋ ପାଇଁ ଚିନ୍ତା କରୁଥିବା ସମସ୍ତଙ୍କ ମେସେଜ ମୁଁ ପଢୁଛି । ମୋର କୋଭିଡ୍ -19 ରିପୋର୍ଟ ନେଗେଟିଭ ଆସିଛି । ଆଜି ମୁଁ କାମକୁ ଫେରିଛି । ତୁମ ସମସ୍ତଙ୍କ ଭଲପାଇବା ପାଇଁ ଧନ୍ୟବାଦ । ମୁଁ ମୋର ଯତ୍ନ ନେଉଛି ଏବଂ ସୁରକ୍ଷିତ ଅଛି । ତୁମ ସମସ୍ତଙ୍କୁ ବହୁତ ସାରା ଭଲ ପାଇବା ।
ମଙ୍ଗଳବାର ଆଲିଆଙ୍କ ବୟଫ୍ରେଣ୍ତ ରଣବୀର କପୁର କୋରୋନା ସଂକ୍ରମିତ ହୋଇଥିଲେ । ଏହା ପରେ ଅଭିନେତ୍ରୀ ସଞ୍ଜୟ ଲୀଲାଙ୍କ ମଧ୍ୟ କୋରୋନା ପଜିଟିଭ୍ ଜଣାପଡିଥିଲା । ଯାହା ପରେ ଆଲିଆ ମଧ୍ୟ ତାଙ୍କ କୋରୋନା ଟେଷ୍ଟ କରିଥିଲେ ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା ।
ପ୍ରକାଶ ଥାଉ ଯେ, ଆଲିଆ ଆଜି ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି ବୋଲି ନିଶ୍ଚିତ କରିଛନ୍ତି ।