ETV Bharat / sitara

ହାଥରସ ଗଣଦୁଷ୍କର୍ମ ଘଟଣା, ପୀଡିତାଙ୍କ ପାଇଁ ନ୍ୟାୟ ଦାବି କଲେ ଆଲିଆ

author img

By

Published : Oct 1, 2020, 6:39 PM IST

ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ମଙ୍ଗଳବାର ଦିନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ଯାହା ଉପରେ ଗୁରୁବାର ଆଲିଆ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, “ସେମାନେ ତାଙ୍କ ଜିଭ କାଟିଦେଲେ କିନ୍ତୁ ତାକୁ ଚୁପ୍ କରି ପାରିନଥିଲେ । ବର୍ତ୍ତମାନ ସେ ବିଲିୟନ ସ୍ୱରରେ କହୁଛି # ହାଥରସ ” । ଅଧିକ ପଢନ୍ତୁ...

aliav bhatt demands justice for hathras gang rape
ହାଥରସ ଗଣଦୁଷ୍କର୍ମ ଘଟଣା,ପୀଡିତାଙ୍କ ପାଇଁ ନ୍ୟାୟ ଦାବି କଲେ ଆଲିଆ

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ମଙ୍ଗଳବାର ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସାଧାରଣ ଜନତାଙ୍କଠାରୁ ସେଲିବ୍ରିଟି ସମସ୍ତେ ଜର୍ଜରିତ ।

ହାଥରସ ଗଣଦୁଷ୍କର୍ମ ଉପରେ ବଲିଉଡ କଳାକାର ଅକ୍ଷୟ କୁମାର, କଙ୍ଗନା ରଣାୱତ, ପ୍ରିୟଙ୍କା ଚୋପ୍ରା ଜୋନସ, ଅନୁଷ୍କା ଶର୍ମା, କରୀନା କପୁର ଖାନଙ୍କ ପରେ ବଲିଉଡର ଅନ୍ୟ କେତେକ ସେଲିବ୍ରିଟିମାନେ ମଧ୍ୟ ସୋସିଆଲ ମିଡିଆରେ ପୀଡିତାଙ୍କ ପାଇଁ ନ୍ୟାୟ ମାଗିଥିଲେ ।

ଯାହା ଉପରେ ଗୁରୁବାର ଆଲିଆ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, “ସେମାନେ ତାଙ୍କ ଜିଭ କାଟିଦେଲେ କିନ୍ତୁ ତାକୁ ଚୁପ୍ କରି ପାରିନଥିଲେ । ବର୍ତ୍ତମାନ ସେ ବିଲିୟନ ସ୍ୱରରେ କହୁଛି # ହାଥରସ ” ।

ଏହି ସମୟରେ, ସୁସାନ ଖାନ ନିଜ ଇନଷ୍ଟାଗ୍ରାମରେ ଲେଖିଥିଲେ, ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର 19 ବର୍ଷ ବୟସ୍କା ମନୀଷା ବାଲ୍ମୀକୀଙ୍କ ବିଷୟରେ ଶୁଣି ମୁଁ ବହୁତ ଦୁଃଖିତ । ଲଜ୍ଜାଜନକ ।

ୟୁପିର ହାଥରସରେ ଗଣଦୁଷ୍କର୍ମର ଶିକାର ହୋଇଥିବା 19 ବର୍ଷୀୟ ପୀଡିତାଙ୍କ ମଙ୍ଗଳବାର ଦିଲ୍ଲୀର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ଘଟଣାର ତଦନ୍ତ ପାଇଁ ତିନି ଜଣିଆ ଏସଆଇଟି ଗଠନ କରିଛନ୍ତି । ଯେଉଁଥିରେ ଚେୟାରମ୍ୟାନ୍ ସେକ୍ରେଟ୍ରେରୀ ହୋମ ଭଗବାନ୍ ସ୍ବରୂପ ଏବଂ ଚନ୍ଦ୍ରପ୍ରକାଶ, ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ତଥା ପୁଣମ୍, ପିଏସି ଆଗ୍ରା ସଦସ୍ୟ ଅଛନ୍ତି । 7 ଦିନ ମଧ୍ୟରେ ଏସଆଇଟି ଏହାର ରିପୋର୍ଟ ଦାଖଲ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.