ହାଇଦ୍ରାବାଦ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'RRR' ରିଲିଜ୍ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଜାନୁଆରୀ 7ରେ ମୁକ୍ତିଲାଭ କରିବ । କରୋନା ଭାଇରସ୍ କାରଣରୁ ଫିଲ୍ମଟି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ପାନ୍ ଇଣ୍ଡିଆ ଚଳଚ୍ଚିତ୍ର 'ଆରଆରଆର' ମଧ୍ୟ ହିନ୍ଦୀରେ ମୁକ୍ତିଲାଭ କରିବ। ଏଭଳି ପରିସ୍ଥିତିରେ ସାଉଥ୍ ଫିଲ୍ମରେ ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ପ୍ରଶଂସକମାନେ ମଧ୍ୟ ଚାହିଁ ବସିଛନ୍ତି । ଇତି ମଧ୍ୟରେ ଖବର ଆସିଛି ଯେ, ଫିଲ୍ମରେ ଏକ ଛୋଟ ଭୂମିକା ପାଇଁ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଉପରେ ଟଙ୍କା ବର୍ଷା ହୋଇଛି ।
ସାଉଥ୍ ସୁପରଷ୍ଟାର୍ ରାମଚରଣ ଏବଂ ଜୁନିଅର NTR ତାରକା ଚଳଚ୍ଚିତ୍ର 'RRR' ହେଉଛି ଏକ ମେଗା ବଜେଟ୍ ପ୍ରୋଜେକ୍ଟ । ଏଥିରେ କାର୍ଯ୍ୟ କରୁଥିବା ମୁଖ୍ୟ କଳାକାରମାନଙ୍କୁ ମୋଟା ରକମର ଟଙ୍କା ଦିଆଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ବଲିଉଡ ଫିଲ୍ମ କରିବା ପାଇଁ ଆଲିଆ ଯେଉଁ ଫି ନିଅନ୍ତି, ଫିଲ୍ମ 'RRR' ରେ 15 ମିନିଟର ଭୂମିକା ପାଇଁ ସମାନ ଟଙ୍କା ନେଇଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ଆଲିଆଙ୍କୁ ଫି ଭାବରେ 9 କୋଟି ଟଙ୍କା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ