ETV Bharat / sitara

ସମାଜ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଲେ ଅକ୍ଷୟ-ମନୀଷ - akshay maniesh thanked people

ଏହି ମହାମାରୀ ସମୟରେ ନିଜ ଜୀବନକୁ ବିପଦରେ ପକାଇ ଯେଉଁମାନେ ସମାଜ ପ୍ରତି ନିଜର ଦାୟିତ୍ବ ତୁଲାଉଛନ୍ତି ସେହି ବ୍ୟକ୍ତି ମାନଙ୍କୁ 'ହୃଦୟରୁ ଧନ୍ୟବାଦ' ଜଣାଇଲେ ଅଭିନେତା ଅକ୍ଷୟ କୁମାର ଏବଂ ମନୀଷ ପଲ । ଅଧିକ ପଢନ୍ତୁ...

akshay maniesh thanked people delivering essential services amid lockdown
ସମାଜ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଲେ ଅକ୍ଷୟ-ମନୀଷ
author img

By

Published : Apr 9, 2020, 10:26 PM IST

ମୁମ୍ବାଇ: କୋଭିଡ -19 ଆମ ଦେଶରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ସମଗ୍ର ବିଶ୍ୱ ଏହି ମହାମାରୀ ସହିତ ସଂଘର୍ଷ କରୁଥିବାବେଳେ, ଯେଉଁମାନେ ସମାଜ ପ୍ରତି ସେମାନଙ୍କର ଦାୟିତ୍ୱ ତୁଲାଉଛନ୍ତି ଏପରି ଲୋକମାନଙ୍କୁ 'ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଅକ୍ଷୟ କୁମାର।

ଅଭିନେତା ଅକ୍ଷୟ କୁମାର ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସମାଜ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ 'ହୃଦୟରୁ ଧନ୍ୟବାଦ' ଜଣାଇଛନ୍ତି । ଏଥିମଧ୍ୟରେ ସ୍ୱାସ୍ଥ୍ୟକର୍ମୀ, ଫାର୍ମାସି କର୍ମଚାରୀ, ଡେଲିଭରି ବୟ, ସାମ୍ବାଦିକ, ସଫେଇ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ନର୍ସ, ପୋଲିସ ଫୋର୍ସ, ଗ୍ରୋସରୀ ଷ୍ଟୋର ମାଲିକମାନେ ଏବଂ ଆହୁରି ଅନେକ ଅଛନ୍ତି। ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ । #ଦିଲ ସେ ଧନ୍ୟବାଦ।

ଅକ୍ଷୟ କୁମାରଙ୍କ ଉଦ୍ୟମରେ ଅଭିନେତା ମନୀଷ ପଲ ମଧ୍ୟ ସମର୍ଥନ କରି ଏକ ମଜାଳିଆ ଢଙ୍ଗରେ ଲେଖିଛନ୍ତି ଯେ, ସେ ଅକ୍ଷୟଙ୍କୁ କପି କରିଛନ୍ତି ।

ଏହାପରେ, ମନୀଷ କହିଛନ୍ତି ଏହି ଲକଡାଉନ ସମୟରେ ନିଜ ଜୀବନକୁ ବିପଦରେ ପକାଇ ନିଜ କର୍ତ୍ତବ୍ୟ ପାଳନ କରୁଥୁବା ସମସ୍ତ କର୍ମଚାରୀମାନଙ୍କୁ 'ହୃଦୟରୁ ଧନ୍ୟବାଦ' ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.