ETV Bharat / sitara

ଦ୍ବିତୀୟ ଶୁକ୍ରବାରରେ କେତେ କଲେକ୍ସନ କରିଛି ‘ମିଶନ ମଙ୍ଗଲ’, ପଢନ୍ତୁ

ଦ୍ବିତୀୟ ଶୁକ୍ରବାରରେ ପହଞ୍ଚିଛି ମଲ୍ଟ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ । ରିଲିଜର ମାତ୍ର ପାଞ୍ଚ ଦିନ ମଧ୍ୟରେ 100 କୋଟି କ୍ଲବରେ ସାମିଲ ହୋଇଥିଲା ଫିଲ୍ମ । ଏବେ 132.50 କୋଟି ଆୟ କରିବାରେ ସଫଳ ହୋଇଛି ‘ମିଶନ ମଙ୍ଗଲ’ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Aug 24, 2019, 2:35 PM IST

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ହିଟ୍ ଫିଲ୍ମ ‘ମିଶନ ମଙ୍ଗଲ’ ବର୍ତ୍ତମାନ ଜବରଦସ୍ତ କଲେକ୍ସନ କରିବାରେ ଲାଗିଛି । ଏହି ଫିଲ୍ମରେ ମହିଳା ସଶକ୍ତିକରଣର ଭିନ୍ନ କାହାଣୀ ଦେଖିବାକୁ ମିଳିଛି । ରିଲିଜର ଦ୍ବିତୀୟ ଶୁକ୍ରବାର ତଥା ଜନ୍ମାଷ୍ଟମୀରେ ମଧ୍ୟ ଫିଲ୍ମଟି 7.50 କୋଟି ଆୟ କରିବାରେ ସଫଳ ହୋଇଛି ।

ବର୍ତ୍ତମାନ ମଲ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ 132.50 କୋଟି ଆୟ କରିସାରିଲାଣି । ଫିଲ୍ମରେ ଅକ୍ଷୟଙ୍କ ସହ ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲନ, ତାପସୀ ପନ୍ନୁ, କ୍ରିତି କୁଲହାରୀ, ନିତ୍ୟା ମେନନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଚଳତ ବର୍ଷର ‘ମିଶନ ମଙ୍ଗଲ’ ସବୁଠାରୁ ଅଧିକ ଆୟ କରିଥିବା ଓପନିଂ ଫିଲ୍ମ ରୂପେ ସାବ୍ୟସ୍ତ ହୋଇଛି ।

ଅନ୍ୟପଟେ ଶନିବାର ଓ ରବିବାର ଫିଲ୍ମ ଭଲ କଲେକ୍ସନ କରିବ ବୋଲି ଆଶା କରୁଛନ୍ତି ମେକର୍ସ । ପାଖାପାଖି ଇଣ୍ଡିଆନ ବକ୍ସ ଅଫିସରେ ଫିଲ୍ମ 175 କୋଟି ଆୟ କରିବ ବୋଲି ଅନୁମାନ କରୁଛନ୍ତି ଫିଲ୍ମ କ୍ରିଟିକ୍ସ । ନିର୍ଦ୍ଦେଶକ ଜଗନ ଶକ୍ତିଙ୍କ ନିର୍ଦ୍ଦେଶିତ ‘ମିଶନ ମଙ୍ଗଲ’ ଫିଲ୍ମରେ ମହାକାଶ ଯାନର ସଫଳତା କାହାଣୀ ଦେଖିବାକୁ ମିଳିଛି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.