ETV Bharat / sitara

ଓଟିଟି ପ୍ଲାଟଫର୍ମରେ ଦର୍ଶକଙ୍କୁ ଡରାଇବେ ଖିଲାଡି !

author img

By

Published : Jun 30, 2020, 12:15 PM IST

ଅକ୍ଷୟ ଓ କିୟାରାଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ’କୁ ନେଇ ନୂଆ ଚର୍ଚ୍ଚା । ବଡ ନିଷ୍ପତ୍ତି ନେଲେ ମେକର୍ସ । ସିନେମାହଲରେ ନୁହେଁ ଡିଜିଟାଲ ଦୁନିଆରେ ଦେଖିବାକୁ ମିଳିବ ଫିଲ୍ମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର ଦୀର୍ଘ ସମୟରୁ ବହୁ ପ୍ରତିକ୍ଷିତ ଫିଲ୍ମ ‘ଲକ୍ଷ୍ମୀ ବମ’କୁ ନେଇ ଚର୍ଚ୍ଚାରେ । ପ୍ରଥମଥର ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ‘କବୀର ସିଂ’ ଫେମ କିୟାରା ଆଡଭାନୀ । ଇତିମଧ୍ୟରେ ଫ୍ୟାନ୍ସଙ୍କ ଫିଲ୍ମକୁ ନେଇ ଗୁଡନ୍ୟୁଜ ସାମ୍ନାକୁ ଆସିଛି । କାରଣ ଦର୍ଶକଙ୍କୁ ଖୁସି କରିବା ପାଇଁ ନିର୍ମାତା ସ୍ଥିର କରିସାରିଛନ୍ତି । ଆଜ୍ଞା ହଁ, ଖୁବଶୀଘ୍ର ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଏହି କଥାର ସୂଚନା କିୟାରା ଓ ଅକ୍ଷୟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

କିୟାରା ଟ୍ବିଟରରେ ଫିଲ୍ମର ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଜଲଦି ହି ଫାଟିବ ଏହି ବମ ଆପଣଙ୍କ ଘରେ । #Laxmmibomb . ପ୍ରଥମ ଦିନ ପ୍ରଥମ ଶୋ ଆପଣଙ୍କ ଘରେ । ଏହାସହ ସେ ସୂଚନା ଦେଇଛନ୍ତି ଫିଲ୍ମଟି ଡିଜନି ପ୍ଲସହଟଷ୍ଟାର ଭିଆଇପିରେ ରିଲିଜ ହେବ ।’

ସେହିପରି ଅକ୍ଷୟ ମଧ୍ୟ ଇନଷ୍ଟାଗ୍ରାମରେ ଫିଲ୍ମ ରିଲିଜର ସୂଚନା ଦେଇ ନୂଆ ପୋଷ୍ଟ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଲକ୍ଷ୍ମୀ ବମର ପ୍ରଥମ ଦିନ ପ୍ରଥମ ଶୋ ଆପଣ ନିଜ ନିଜ ଘରେ ଦେଖିପାରିବେ । ଏହି କଥାର ଗ୍ୟାରେଣ୍ଟି ମଧ୍ୟ ଯେତିକି ହସିବେ ସେତିକି ଡରିବେ ବି । ଲକ୍ଷ୍ମୀ ବମ ଦେଖିବାକୁ ଉତ୍ସାହିତ ଥିବା ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.