ETV Bharat / sitara

'ଦୋସ୍ତାନା -2'ରେ ଏଣ୍ଟ୍ରି କଲେ ଅକ୍ଷୟ ! - 'ଦୋସ୍ତାନା -2'ରେ ଏଣ୍ଟ୍ରି କଲେ ଅକ୍ଷୟ !

'ଦୋସ୍ତାନା -୨'ରୁ କାର୍ତ୍ତିକ ଆଉଟ ହେବା ପରେ ବର୍ତ୍ତମାନ ନିର୍ମାତାମାନେ ତାଙ୍କ ସ୍ଥାନରେ କେଉଁ ଅଭିନେତାଙ୍କୁ କାଷ୍ଟ କରିବେ ଏହା ଏକ ପ୍ରମୁଖ ସମସ୍ୟା ପାଲଟିଛି । ଏବେ ଶୁଣିବାକୁ ମିଳିଛି ଯେ, କରଣ ଅକ୍ଷୟ କୁମାରଙ୍କୁ ଏହି ଚଳଚ୍ଚିତ୍ରର ଅଂଶ ହେବା ପାଇଁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

Akshay Kumar to star in Dostana 2 after Kartik Aaryan's exit?
'ଦୋସ୍ତାନା -2'ରେ ଏଣ୍ଟ୍ରି କଲେ ଅକ୍ଷୟ !
author img

By

Published : Apr 21, 2021, 6:50 PM IST

ନୂଆଦିଲ୍ଲୀ: ନିର୍ମାତା କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ଦୋସ୍ତାନା 2’ରୁ ଆଉଟ ହୋଇଛନ୍ତି ଅଭିନେତା କାର୍ତ୍ତିକ ଆର୍ୟାନ । ଅଭିନେତାଙ୍କ ଖରାପ ଆଚରଣକୁ ନେଇ ଫିଲ୍ମ ନିର୍ଦ୍ଦେଶକ କାଲିନ ଅସନ୍ତୋଷ ପ୍ରକାଶ କରିବାରୁ ତାଙ୍କୁ ଫିଲ୍ମରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।

'ଦୋସ୍ତାନା -୨'ରୁ କାର୍ତ୍ତିକ ଆଉଟ ହେବା ପରେ ବର୍ତ୍ତମାନ ନିର୍ମାତାମାନେ ତାଙ୍କ ସ୍ଥାନରେ କେଉଁ ଅଭିନେତାଙ୍କୁ କାଷ୍ଟ କରିବେ ଏହା ଏକ ପ୍ରମୁଖ ସମସ୍ୟା ପାଲଟିଛି ।

ଏବେ ଶୁଣିବାକୁ ମିଳିଛି ଯେ, କରଣ ଅକ୍ଷୟ କୁମାରଙ୍କୁ ଏହି ଚଳଚ୍ଚିତ୍ରର ଅଂଶ ହେବା ପାଇଁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଛନ୍ତି ।

ନିକଟରେ କାର୍ତ୍ତିକଙ୍କୁ ବ୍ଲକଲିଷ୍ଟ କରିଥିଲା ଧର୍ମା ପ୍ରଡକ୍ସନ ।

ରିପୋର୍ଟ ଅନୁଯାୟୀ, କରଣ ଏହି ସମୟରେ ଅକ୍ଷୟଙ୍କ ସହାୟତା ଲୋଡିଛନ୍ତି, କାରଣ ଏହି ସମୟରେ ତାଙ୍କର ଏହି ଚଳଚ୍ଚିତ୍ରରେ କୌଣସି ମୁଖ୍ୟ ଅଭିନେତା ନାହାଁନ୍ତି । କରଣ ଅକ୍ଷୟଙ୍କୁ ଏହି ଫିଲ୍ମରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ କୁହାଯାଉଛି ଯେ, ଲିଡ ରୋଲକୁ ଦେଖି କରଣ ମଧ୍ୟ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି, ଯାହା କି ପୂର୍ବରୁ କାର୍ତ୍ତିକଙ୍କୁ ଧ୍ୟାନରେ ରଖି ଲେଖାଯାଇଥିଲା ।

ପ୍ରକାଶ ଥାଉ ଯେ, ଚଳଚ୍ଚିତ୍ର 'ଦୋସ୍ତାନା -2' ହେଉଛି 2008 ଚଳଚ୍ଚିତ୍ର 'ଦୋସ୍ତାନା'ର ଏକ ସିକ୍ବେଲ । ସେପଟେ କାର୍ତ୍ତିକଙ୍କୁ ଫିଲ୍ମରୁ ଆଉଟ୍ କରିବାକୁ ନେଇ କରନଙ୍କୁ ଟାର୍ଗେଟ କରୁଛନ୍ତି ଫ୍ୟାନ୍ସ । ସୋସିଆଲ ମିଡିଆରେ ପରିବାରବାଦ ପ୍ରସଙ୍ଗ ଉଠାଇ ଅଭିନେତା ସମର୍ଥନରେ ନଜର ଆସୁଛନ୍ତି ଅନେକ ଫ୍ୟାନ୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.