ETV Bharat / sitara

ଲକଡାଉନରେ ପ୍ୟାଡମ୍ୟାନଙ୍କୁ ମହିଳାଙ୍କ ଚିନ୍ତା, ବାଣ୍ଟିବେ ସାନିଟାରୀ ନାପକିନ - କୋରୋନା ଭାଇରସ

ପୁଣି ଏକ ଅଭିଯାନରେ ଯୋଗ ଦେଇ ଚର୍ଚ୍ଚାରେ ସୁପରଷ୍ଟାର ଅକ୍ଷୟ କୁମାର। ଏଥର ସେ ମହିଳାଙ୍କ ମାସିକ ସ୍ବଚ୍ଛତା ଉପରେ କାର୍ଯ୍ୟ କରି ଲାଇମ ଲାଇଟରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : May 28, 2020, 6:10 PM IST

ମୁମ୍ବାଇ: କୋରୋନା ଭାଇରସରୁ ବଞ୍ଚିବା ପାଇଁ ଦେଶରେ ଚାଲିଥିବା ଲକଡାଉନ ମଧ୍ୟରେ ସମସ୍ତେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ସେଲିବ୍ରିଟି ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ଉପାୟରେ ଲୋକଙ୍କୁ ସାହାଯ୍ୟ କରିବାର ଲାଗିଛନ୍ତି। ଏଭଳି ପରିସ୍ଥିତିରେ ଦିନ ମଜୁରୀ କରୁଥିବା ମହିଳାମାନଙ୍କ ମାସିକ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଅକ୍ଷୟ କୁମାର ସେମାନଙ୍କୁ ସାନିଟାରୀ ନାପକିନ ଏବଂ କିଟ୍ ଦେବା ଅଭିଯାନରେ ଯୋଗ ଦେଇଛନ୍ତି।

ଫିଲ୍ମ ‘ପ୍ୟାଡମ୍ୟାନ’ରେ ଅକ୍ଷୟ ମହିଳାଙ୍କ ମାସିକ ଋତୁସ୍ରାବର ସ୍ବଚ୍ଛତା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ହେଲେ ଏବେ ବାସ୍ତବରେ ଏହି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଏକ ଅଭିଯାନକୁ ସମର୍ଥନ କରୁଛନ୍ତି। ଏହି ଅଭିଯାନରେ ମହିଳା ଶ୍ରମିକଙ୍କ ସାନିଟାରୀ ନାପକିନ ପାଇଁ ଅର୍ଥ ସଂଗ୍ରହ କରାଯାଉଛି।

ଅକ୍ଷୟ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ଏକ ବଡ କାମ ପାଇଁ ତୁମର ସମର୍ଥନ ଦରକାର। ସମୟ କୋଭିଡ ସହିତ ବନ୍ଦ ହୁଏ ନାହିଁ, ଅଭାବୀ ମହିଳାଙ୍କୁ ନାପକିନ ଯୋଗାଇବାରେ ସାହାଯ୍ୟ କର, ପ୍ରତ୍ୟେକ ଦାନ ଗୁରୁତ୍ବପୂର୍ଣ୍ଣ।’

ଏହା ଇନସିଏଟିଭ ପଦକ୍ଷେପ ତରଫରୁ ପରିଚାଳିତ ହେଉଛି । ପ୍ରକାଶ ଥାଉକି ଏହା ମାଧ୍ୟମରେ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, ଯୋଧପୁର, ଲାଟୁର ଭଳି ସ୍ଥାନରେ ସାନିଟେଶନ କିଟ୍ ବିତରଣ କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.