ମୁମ୍ବାଇ: ବି-ଟାଉନର ଅକ୍କି ଅକ୍ଷୟ କୁମାର ଓ ଟ୍ବିଙ୍କଲ ଖାନ୍ନାଙ୍କ ବିବାହକୁ ଆଜି 19 ବର୍ଷ ପୂରଣ ହୋଇଛି । ଏହି ଅବସରରେ ଅକ୍ଷୟ ପତ୍ନୀଙ୍କୁ ଦେଇଛନ୍ତି ଏମିତି ଉପହାର, ଯାହାକୁ ନେଇ ଆଶ୍ଚର୍ଯ୍ୟ ତାଙ୍କ ଫ୍ୟାନ୍ସ । ଅକ୍ଷୟ ସୋସିଆଲ ମିଡିଆରେ 2.0 ଫିଲ୍ମର ପକ୍ଷୀରାଜଙ୍କ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଟ୍ବିଙ୍କଲଙ୍କ ଡରାଉଥିବାର ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ଏହି ପୁରୁଣା ଫଟୋ ଜରିଆରେ ଅକ୍ଷୟ ପତ୍ନୀଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି । ହେଲେ ଟ୍ବିଙ୍କଲ ଏଯାବତ ଏହି ଫଟୋ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଫଟୋକୁ ସେୟାର କରି ଅକ୍ଷୟ କ୍ୟାପସନରେ ଲେଖିଛନ୍ତି, ‘ବିବାହିତ ଜୀବନ କିଛି ଏପରି ହୋଇଥାଏ । ହାପି ଆନିଭର୍ସରି ଟିନା । ପକ୍ଷୀରାଜ ତରଫରୁ ଅନେକ ଅନେକ ପ୍ରେମ ।’
ପ୍ରକାଶ ଥାଉକି ପ୍ରଥମଥର ଟ୍ବିଙ୍କଲଙ୍କୁ ଦେଖିବା ମାତ୍ରେ ହୃଦୟ ହାରି ବସିଥିଲେ ଅକ୍ଷୟ । ବି-ଟାଉନର ପ୍ରଥମ ସୁପରଷ୍ଟାର ରାଜେଶ ଖନ୍ନା ଓ ସେକ୍ସୀ ଅଭିନେତ୍ରୀ ଡିମ୍ପଲ କପାଡିୟାଙ୍କ ଲାଡଲୀଙ୍କୁ ବିବାହ ପାଇଁ ପ୍ରପୋଜ କରି ଡରି ଯାଇଥିଲେ ସେ । ଅକ୍ଷୟ-ଟିଙ୍କଲଙ୍କ ସାକ୍ଷାତ ପ୍ରଥମେ ଫିଲ୍ମଫେୟର ମାଗାଜିନ ସୁଟ ସମୟରେ ହୋଇଥିଲା । ଏହାପରେ ଦୁଇଜଣ ‘ଇଣ୍ଟରନ୍ୟାସନାଲ ଖିଲାଡୀ’ଙ୍କ ଫିଲ୍ମରେ ଏକାଠି କାମ କରିଥିଲେ । ଏହି ଫିଲ୍ମ ପରେ ଟିଙ୍କଲ ମଧ୍ୟ ଅକ୍ଷୟଙ୍କୁ ପ୍ରେମ କରିବସିଥିଲେ । ପରିଶେଷରେ 2001 ଜାନୁଆରୀ 17ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ଯୋଡି ।