ETV Bharat / sitara

ରିଲ ନୁହେଁ ରିୟଲ ଲାଇଫରେ ମଧ୍ୟ ଖିଲାଡି ଅକ୍ଷୟ କୁମାର

author img

By

Published : Oct 5, 2019, 2:30 PM IST

ପୁଣି ନିଜ ଖିଲାଡି ଗୁଣର ପରିଚୟ ଦେଇଛନ୍ତି ଅକ୍ଷୟ କୁମାର । ଛୋଟ ପରଦାର ଏକ କମେଡି ଶୋରେ ନିଜ କୋ-ଷ୍ଟାରଙ୍କୁ ବଞ୍ଚାଇ ଫ୍ୟାନ୍ସଙ୍କୁ ଆଉଥରେ ନିଜ ଦିୱାନା କରିଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣ ମଧ୍ୟ କହିବେ କି ଅକ୍ଷୟ କେବଳ ଫିଲ୍ମରେ ନୁହେଁ ବରଂ ରିୟଲ ଲାଇଫରେ ଖିଲାଡି । ଆଜ୍ଞା ହଁ, ଶୁକ୍ରବାର ଅକ୍ଷୟ କମେଡି ଅଭିନେତା ତଥା ହୋଷ୍ଟ ମନୀଷ ପଲଙ୍କ ନୂଆ ରିୟାଲିଟି ଶୋ ‘ମୁଭି ମସ୍ତି ୱିଦ ମନୀଷ ପଲ’ରେ ପହଞ୍ଚିଥିଲେ ।

ସେହି ସମୟରେ ବେହୋସ ହୋଇଯାଇଥିବା ଜଣେ ସହ କଳାକାରଙ୍କୁ ସାହାଯ୍ୟ କରିବା ପାଇଁ ଅକ୍ଷୟ ଚିତ୍କାର କରି ସେଟରୁ ଡେଇଁ ପଡିଥିଲେ । କଥାଟି ହେଲା କି ଶୋ ସୁଟିଂରେ ଷ୍ଟଣ୍ଟ କରୁଥିବା ଜଣେ କଳାକାର ହଠାତ୍ ଅଚେତ ହୋଇ ପଡିଥିଲେ । ତାଙ୍କ ସହ ଲୋକପ୍ରିୟ ଅଭିନେତା ଅଲ୍ଲୀ ଅସଗର ମଧ୍ୟ ରଶିରେ ଝୁଲୁଥିବାର ଦେଖାଯାଉଛନ୍ତି ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ପ୍ରଥମେ ତାଙ୍କୁ ବେହୋସ ଦେଖି ସମସ୍ତଙ୍କୁ ଲାଗୁଥିଲା ଯେ ସେ ମସ୍ତି କରୁଛନ୍ତି । କିନ୍ତୁ ଯେତେବେଳେ ଅକ୍ଷୟଙ୍କ ନଜର ଅଭିନେତାଙ୍କ ଉପରେ ପଡିଲା ତେବେ ସେ ସଙ୍ଗେ ସଙ୍ଗେ ଚିତ୍କାର କରି ତାଙ୍କୁ ତଳକୁ ଆଣିବାକୁ ଚେଷ୍ଟା କରିଥିଲେ ।

ପ୍ରକାଶ ଥାଉକି ଷ୍ଟଣ୍ଟ କରୁଥିବା ସମୟରେ ସେହି ଅଭିନେତାଙ୍କ ବ୍ଲଡପ୍ରେସର ଲୋ ହୋଇଯିବାରୁ ସେ ବେହୋସ ହୋଇଯାଇଥିଲେ । ପରେ ଅକ୍ଷୟଙ୍କ ସାହାଯ୍ୟରେ ସେ ସୁସ୍ଥ ଅନୁଭବ କରି ଚେତା ଫେରିପାଇଥିଲେ । ଏହି ଘଟଣା ପରେ କିଛି ସମୟ ପାଇଁ ଏହି ଶୋ’ କୁ ବନ୍ଦ କରି ଦିଆଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.