ETV Bharat / sitara

ନାଗରିକତାକୁ ନେଇ ପୁଣି ହଟହଟା ଖିଲାଡି - canadian

ବିଏମସି ଉପରେ ଟ୍ବିଟ କରି ଫଶିଲେ ଅକ୍ଷୟ । ନିଜ ନାଗରିକତାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଅକ୍କୀ ।

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ
author img

By

Published : Jul 8, 2019, 9:30 AM IST

Updated : Jul 8, 2019, 11:00 AM IST

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ସବୁବେଳେ କୌଣସି ନା କୌଣସି କାରଣରୁ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ସେ ବୋଟଲ କ୍ୟାପଚ୍ୟାଲେଞ୍ଜ ଗ୍ରହଣ କରି ସାବ୍ୟସ୍ତ କରିଥିଲେ କି ଆଜି ମଧ୍ୟ ସେ ସବୁ ଆକ୍ସନରେ ମାହିର । କିନ୍ତୁ ଏଥର ସେ ଆକ୍ସନ ନେଇ ନୁହେଁ ଅନ୍ୟ କିଛି କାରଣ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି । ନିଜର ଗୋଟିଏ ଟ୍ବିଟକୁ ନେଇ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ।

ଅକ୍ଷୟଙ୍କ ଏହି ଟ୍ବିଟ ବିଏମସିକୁ ନେଇ ଥିଲା । ନିକଟରେ ବିଏମସିର ଅଫିସିଆଲ ସାଇଟର ଟ୍ବିଟର ଆକାଉଣ୍ଟ ଖୋଲା ହୋଇଛି । ଏହାର ସୂଚନା ଦେବା ପାଇଁ ଅକ୍ଷୟ ଟ୍ବିଟ କରିଥିଲେ କିନ୍ତୁ ଅନେକ ଲୋକଙ୍କୁ ତାଙ୍କ କଥା ଆଦୌ ପସନ୍ଦ ଆସିନଥିଲା । ଏହାପରେ ଆଉ କଣ ଥିଲା, ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ କଥା କୁହାଯାଇଥିଲା ।

twitter
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ

ସେ ଟ୍ବିଟରେ ଲେଖିଥିଲେ କି ବିଏମସି ଏବେ @ମାଇଁୱବିଏମସି ନାମରେ ଟ୍ବିଟରେ ଅଛି । ଏବେ ଆପଣ ନିଜର ପରାର୍ମଶ, ଅଭିଯୋଗ ବିଏମସିକୁ ସିଧା ଟ୍ବିଟ କରିପାରିବେ ଏବଂ ତାଙ୍କୁ ସମ୍ବୋଧିତ କରିପାରିବେ । ନିଜ ସ୍ବରକୁ ସିଧା ପହଞ୍ଚାଇବା ପାଇଁ ଏହାକୁ ଏବେ ଟ୍ରାଏ କରନ୍ତୁ ।

ତାଙ୍କର ଏହି ଟ୍ବିଟ ଭାଇରାଲ ହେବା ମାତ୍ରେ ୟୁଜର୍ସଙ୍କ ନକାରାତ୍ମକ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳିଥିଲା । ୟୁଜର୍ସ ପୁଣି ତାଙ୍କ କାନାଡା ନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଜଣେ ୟୁଜର ଲେଖିଛନ୍ତି, "କାନାଡାର ହୋଇ ଆପଣ ମୁମ୍ବାଇବାସୀଙ୍କୁ ଜ୍ଞାନ ଦିଅନାହିଁ ।" ଦ୍ବିତୀୟ ୟୁଜର ଲେଖିଛନ୍ତି, "ଆପଣ କାନାଡା କେବେ ଯିବ?" ଏପରି ଅନେକ ୟୁଜର୍ସ ତାଙ୍କୁ ପ୍ରଶ୍ନ ପଚାରି ଟ୍ରୋଲ କରିଛନ୍ତି । ପ୍ରକାଶ ଥାଉକି ଲୋକସଭା ନିର୍ବାଚନ ସମୟରେ ଅକ୍ଷୟଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠିଥିଲା ।

Intro:Body:

BLANK FOR LINK 

Conclusion:
Last Updated : Jul 8, 2019, 11:00 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.