ନୂଆଦିଲ୍ଲୀ: ଏବେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ବେଲ୍ ବଟମ୍'ର ରିଲିଜ୍ ଡେଟ ସାମ୍ନାକୁ ଆସିଛି । 'ବେଲ୍ ବଟମ୍' ର ନିର୍ମାତାମାନେ ଏହି ଫିଲ୍ମକୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛନ୍ତି ।
ଫିଲ୍ମ 28 ମେ 2021 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ନେଇ କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ନିର୍ମାତା ଜ୍ୟାକି ଭଗ୍ନାନୀ । ଏହା ରଣଜିତ ଏମ ତିୱାରୀଙ୍କ ନିର୍ଦ୍ଦେଶିତ ଏକ ରୋମାଞ୍ଚକର ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ସହ ବାଣୀ କପୁର ଏବଂ ହୁମା କୁରେଶି, ଲାରା ଦତ୍ତା ଏବଂ ଆଦିଲ ହୁସେନ୍ ମଧ୍ୟ ଅଭିନୟ କରିଛନ୍ତି।
-
Mark your calendar #Bellbottom arrives in cinemas near you on 28th May, 2021! @akshaykumar @vaaniofficial @humasqureshi @LaraDutta @vashubhagnani @ranjit_tiwari @honeybhagnani @monishaadvani @madhubhojwani @nikkhiladvani @EmmayEntertain @poojafilms @aseem_arora #ParveezShaikh pic.twitter.com/2x4zkbNleo
— Jackky Bhagnani (@jackkybhagnani) February 19, 2021 " class="align-text-top noRightClick twitterSection" data="
">Mark your calendar #Bellbottom arrives in cinemas near you on 28th May, 2021! @akshaykumar @vaaniofficial @humasqureshi @LaraDutta @vashubhagnani @ranjit_tiwari @honeybhagnani @monishaadvani @madhubhojwani @nikkhiladvani @EmmayEntertain @poojafilms @aseem_arora #ParveezShaikh pic.twitter.com/2x4zkbNleo
— Jackky Bhagnani (@jackkybhagnani) February 19, 2021Mark your calendar #Bellbottom arrives in cinemas near you on 28th May, 2021! @akshaykumar @vaaniofficial @humasqureshi @LaraDutta @vashubhagnani @ranjit_tiwari @honeybhagnani @monishaadvani @madhubhojwani @nikkhiladvani @EmmayEntertain @poojafilms @aseem_arora #ParveezShaikh pic.twitter.com/2x4zkbNleo
— Jackky Bhagnani (@jackkybhagnani) February 19, 2021
ଏହାପୂର୍ବରୁ ଅକ୍ଷୟ କୁମାର ଏହି ଫିଲ୍ମର ପୋଷ୍ଟର ସେୟାର କରି କହିଥିଲେ ଯେ, ଏହା ଏପ୍ରିଲ ୨ ରେ ରିଲିଜ ହେବ । ଫିଲ୍ମର ଟିମ କୋରୋନା ମହାମାରୀ ସମୟ ମଧ୍ୟରେ ସୁଟିଂ ଆରମ୍ଭ କରିଥିଲେ । ଯାହାକୁ ନେଇ ଅକ୍ଷୟ, ଲାରା, ହୁମା ସୁଟିଂ ପାଇଁ ସ୍କଟଲ୍ୟାଣ୍ଡ ଯାଇଥିଲେ ।
ପ୍ରକାଶ ଥାଉ କି, 'ବେଲ୍ ବଟମ୍' ରିଲିଜ୍ ମେ ମାସରେ ଧାର୍ଯ୍ୟ କରାଯାଇଛି ଏବଂ ପ୍ରଶଂସକମାନେ ସିନେମା ହଲରେ ସେମାନଙ୍କର ପ୍ରିୟ ତାରକାଙ୍କ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ ।