ETV Bharat / sitara

ଖିଲାଡି କୁମାରଙ୍କ ବଦାନ୍ୟତା ଜାରି, ବିଏମସିକୁ 3 କୋଟି ପ୍ରଦାନ

ପୂର୍ବରୁ ବଲିଉଡର ପ୍ରଥମ ଷ୍ଟାର ଭାବେ ଅକ୍ଷୟ ପିଏମ କେୟାର୍ସ ଫଣ୍ଡକୁ 25 କୋଟି ପ୍ରଦାନ କରିଛନ୍ତି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା । ଅଧିକ ପଢନ୍ତୁ...

ଖିଲାଡି କୁମାରଙ୍କ ବଦାନ୍ୟତା ଜାରି, ବିଏମସିକୁ 3 କୋଟି ପ୍ରଦାନ
ଖିଲାଡି କୁମାରଙ୍କ ବଦାନ୍ୟତା ଜାରି, ବିଏମସିକୁ 3 କୋଟି ପ୍ରଦାନ
author img

By

Published : Apr 10, 2020, 5:49 PM IST

ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାର ଦେଶର ବିପଦ ସମୟରେ ନିଜ ବଦାନ୍ୟତା ଜାରି ରଖିଛନ୍ତି । ଅନେକ ସମୟରେ ଟ୍ରୋଲର୍ସଙ୍କ ଦ୍ବାରା କାନାଡିଆନ ବୋଲି ସମାଲୋଚିତ ହେଉଥିବା ଅକ୍ଷୟ ଏପର୍ଯ୍ୟନ୍ତ 25 କୋଟି ଦେଇସାରିଲେଣି । ନିକଟରେ ସେ ବ୍ରିହାନମୁମ୍ବାଇ ପୌର ପରିଷଦ(ବିଏମସି)କୁ 3 କୋଟି ଦେଇଛନ୍ତି ।

ଏନେଇ ଟ୍ବିଟରରେ ସେ ସୂଚନା ଦେଇଛନ୍ତି । ମୁମ୍ବାଇ ମ୍ୟୁନସିପାଲଟିରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏବଂ ଲୋକଙ୍କୁ ସାହାଯ୍ୟ କରିବାକୁ ସେ ଏହି ଅର୍ଥ ପ୍ରଦାନ କରିଛନ୍ତି । ବର୍ତ୍ତମାନ ବିଏମସି ପିପିଇ କିଟ୍ସ, ମାସ୍କ ଓ ଟେଷ୍ଟିଂ କିଟ ତିଆରି କରୁଛି । ଏହି କାମରେ ସାହାଯ୍ୟ ପାଇଁ ଅକ୍ଷୟ ଏହି ଅର୍ଥ ଦେଇଥିବା କହିଛନ୍ତି ।

ପୂର୍ବରୁ ବଲିଉଡର ପ୍ରଥମ ଷ୍ଟାର ଭାବେ ସେ ପିଏମ କେୟାର୍ସ ଫଣ୍ଡକୁ 25 କୋଟି ପ୍ରଦାନ କରିଛନ୍ତି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା । ଫଣ୍ଡ ଦେବା ସହ ସେ ସମସ୍ତ ବିଟାଉନ କଳାକାରଙ୍କୁ ଏହି ସମୟରେ ଆଗେଇ ଆସିବାକୁ ଅନୁରୋଧ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.