ETV Bharat / sitara

Bachchhan Paandeyର ବକ୍ସ ଅଫିସ କଲେକ୍ସନ: ପ୍ରଥମ ଦିନରେ କମାଇଲା ଏତିକି କୋଟି

author img

By

Published : Mar 19, 2022, 1:53 PM IST

ଅକ୍ଷୟ କୁମାର ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ବଚ୍ଚନ ପାଣ୍ଡେ ହୋଲିରେ ଫୁଲ ଦମ୍‌ର ସହିତ ମୁକ୍ତିଲାଭ କରିଥିଲା ​​। ପ୍ରଥମ ଦିନ ବକ୍ସ ଅଫିସରେ 10 କୋଟି ଟଙ୍କା କଲେକ୍ସନ କରିଛି ବଚ୍ଚନ ପାଣ୍ଡେ । ହୋଲିରେ ପ୍ରଥମ ଦିନରେ ଫିଲ୍ମଟି ବହୁତ ଭଲ ଆରମ୍ଭ କରିଛି । ଅଧିକ ପଢନ୍ତୁ

Bachchhan Paandeyର ବକ୍ସ ଅଫିସ କଲେକ୍ସନ: ପ୍ରଥମ ଦିନରେ କମାଇଲା ଏତିକି କୋଟି ଟଙ୍କା

ହାଇଦ୍ରାବାଦ: ଅକ୍ଷୟ କୁମାର ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ 'ବଚ୍ଚନ ପାଣ୍ଡେ' ହୋଲିରେ ଫୁଲ ଦମ୍‌ର ସହିତ ମୁକ୍ତିଲାଭ କରିଥିଲା ​​। ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ଏକ ସକାରାତ୍ମକ ପ୍ରତିକ୍ରିୟା ପାଇଛି । ପ୍ରଥମ ଦିନ 'ବଚ୍ଚନ ପାଣ୍ଡେ' ବକ୍ସ ଅଫିସରେ 10 କୋଟି ଟଙ୍କା କଲେକ୍ସନ କରିଛି । ଏପଟେ ବକ୍ସ ଅଫିସରେ 'କାଶ୍ମୀର ଫାଇଲ୍ସ' ଏବଂ 'ବଚ୍ଚନ ପାଣ୍ଡେ' ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଉଲ୍ଲେଖନୀୟ କଥା ହେଉଛି, 'କାଶ୍ମୀର ଫାଇଲ୍ସ' ଗୋଟିଏ ସପ୍ତାହରେ 100 କୋଟି ଟଙ୍କାର ବ୍ୟବସାୟ କରିଛି ।

ହୋଲି ଦିନ 'ବଚ୍ଚନ ପାଣ୍ଡେ'ର 40 ପ୍ରତିଶତ ସ୍ଥାନ ଅଧିକାର ରେକର୍ଡ କରାଯାଇଛି । ଅକ୍ଷୟଙ୍କ ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଏଭଳି ପରିସ୍ଥିତିରେ ହୋଲି ଖେଳିବା ପରେ ଅଧିକାଂଶ ଦର୍ଶକ ଫିଲ୍ମକୁ ଉପଭୋଗ କରିଥିଲେ । ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଏହା ଏକ ବଡ ବଜେଟ୍ ଫିଲ୍ମ ।

ପ୍ରଥମ ଦିନରେ 'ବଚ୍ଚନ ପାଣ୍ଡେ'ର ବକ୍ସ ଅଫିସରେ କଲେକ୍ସନ ଦେଖି ବିଶେଷଜ୍ଞଙ୍କ କହିବା କଥା ଯେ, ଏହି ଫିଲ୍ମଟି ପ୍ରଥମ ସପ୍ତାହରେ 50 କୋଟି ପାର୍‌ କରିନେବ । 'ବଚ୍ଚନ ପାଣ୍ଡେ'ର ବିଷୟବସ୍ତୁ ବିଷୟରେ କହିବାକୁ ଗଲେ ଏହା ଏକ ସମ୍ପୂର୍ଣ୍ଣ ମନୋରଞ୍ଜନ ଚଳଚ୍ଚିତ୍ର, ଯେଉଁଥିରେ ଇମୋଶନ୍ସ, ରୋମାନ୍ସ ଏବଂ ଆକ୍ସନ୍ ଅଛି ।

ଅନ୍ୟପକ୍ଷରେ, ଅନୁପମ ଖେରଙ୍କ ଅଭିନୀତ ତଥା ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'କାଶ୍ମୀର ଫାଇଲ୍ସ' ରିଲିଜ୍ ହେବାର ଏକ ସପ୍ତାହ ପରେ ମଧ୍ୟ ବକ୍ସ ଅଫିସରେ ଧମାଲ କରୁଛି । ଏହି ଚଳଚ୍ଚିତ୍ରଟି ସପ୍ତାହ ଶେଷରେ 100 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା ଏବଂ ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା ଫିଲ୍ମଟି 200 କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥିତିରେ ଏହା 'ବଚ୍ଚନ ପାଣ୍ଡେ'ର ରୋଜଗାର ଉପରେ ପ୍ରଭାବ ପକାଇପାରେ। କାରଣ 'କାଶ୍ମୀର ଫାଇଲ୍ସ' ମାର୍ଚ୍ଚ 11ରେ ଦେଶର 600 ସ୍କ୍ରିନରେ ମୁକ୍ତିଲାଭ କରିଥିଲା, ଯାହା ଲୋକପ୍ରିୟତା ହେତୁ ବର୍ତ୍ତମାନ 4000 ପରଦାରେ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.