ହାଇଦ୍ରାବାଦ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର । ଅକ୍ଷୟ କୁମାର ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି । ଆଜି ଅକ୍ଷୟ କୁମାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଅଭିନେତାଙ୍କୁ ଏକ ପାହାଡି କ୍ୟାପ୍ ପିନ୍ଧାଇ ତାଙ୍କୁ ଫୁଲ ଉପହାର ଦେଇଥିଲେ । ମୁଖ୍ୟମନ୍ତ୍ରୀ ଅଭିନେତାଙ୍କୁ କେଦାରନାଥ ମନ୍ଦିରର ଏକ ପ୍ରତିମୂର୍ତ୍ତି ମଧ୍ୟ ପ୍ରଦାନ କରିଛନ୍ତି । ଦିଆଯାଇଥିବା ପ୍ରସ୍ତାବକୁ ଅଭିନେତା ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରିବେ ।
![@pushkardhami](https://etvbharatimages.akamaized.net/etvbharat/prod-images/14393153_u-1.png)
ବର୍ତ୍ତମାନ ଅକ୍ଷୟ କୁମାର ମଶୂରୀ(ଉତ୍ତରାଖଣ୍ଡ)ରେ ଅଛନ୍ତି ଏବଂ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅଭିନେତ୍ରୀ ରକୁଲପ୍ରୀତ ସିଂ ମଧ୍ୟ ତାଙ୍କ ସହ ସୁଟିଂ ସେଟରେ ଅଛନ୍ତି । ନିକଟରେ ଏଠାରୁ ସୁଟିଂର ଏକ ଭିଡିଓ ମଧ୍ୟ ସେୟାର କରାଯାଇଥିଲା, ଯେଉଁଥିରେ ତାଙ୍କୁ ପୋଲିସ ୟୁନିଫର୍ମରେ ଦେଖିବାକୁ ମିଳିଥିଲା ।
-
Actor Akshay Kumar met Uttarakhand CM Pushkar Singh Dhami at the CM residence in Dehradun this morning. pic.twitter.com/eUttdJNBGk
— ANI UP/Uttarakhand (@ANINewsUP) February 7, 2022 " class="align-text-top noRightClick twitterSection" data="
">Actor Akshay Kumar met Uttarakhand CM Pushkar Singh Dhami at the CM residence in Dehradun this morning. pic.twitter.com/eUttdJNBGk
— ANI UP/Uttarakhand (@ANINewsUP) February 7, 2022Actor Akshay Kumar met Uttarakhand CM Pushkar Singh Dhami at the CM residence in Dehradun this morning. pic.twitter.com/eUttdJNBGk
— ANI UP/Uttarakhand (@ANINewsUP) February 7, 2022
ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ତାଙ୍କୁ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଫିଲ୍ମର ଅନେକ ସିନ୍ ବାରଲୋଗଞ୍ଜର ମେନ ବଜାର ଏବଂ ସେଣ୍ଟ ଜର୍ଜ କଲେଜରେ ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ରକୁଲପ୍ରୀତ ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ