ETV Bharat / sitara

ଜନ୍ମଦିନରେ ନୂଆ ଲୁକ୍ ରେ ନଜର ଆସିବେ ଅଜୟ - ajay-devgns-first-look-from-rrr

'RRR' ର ନିର୍ମାତା ଅଜୟ ଦେବଗନଙ୍କ ଜନ୍ମଦିନ ଅର୍ଥାତ ଏପ୍ରିଲ ୨ରେ ଫିଲ୍ମରୁ ତାଙ୍କ ଫାଷ୍ଟ ଲୁକ୍ ରିଲିଜ କରିବେ । ନିକଟରେ ନିର୍ମାତାମାନେ ଆଲିଆ ଭଟ୍ଟ ଏବଂ ରାମ ଚରଣଙ୍କ ଜନ୍ମଦିନରେ ଫିଲ୍ମରୁ ଉଭୟଙ୍କ ଫାଷ୍ଟ ଲୁକ୍ ରିଲିଜ୍ କରିଥିଲେ । ଅଧିକ ପଢନ୍ତୁ...

ajay-devgns-first-look-from-rrr-will-be-released-on-his-birthday
ଜନ୍ମଦିନରେ ନୂଆ ଲୁକ୍ ରେ ନଜର ଆସିବେ ଅଜୟ
author img

By

Published : Mar 30, 2021, 5:13 PM IST

ମୁମ୍ବାଇ: ବହୁ ଚର୍ଚ୍ଚିତ ଫିଲ୍ମ ‘RRR’ ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଆସୁଛି । ‘ବାହୁବଳୀ’ ନିର୍ଦ୍ଦେଶକ ଏସ.ଏସ ରାଜମୌଲୀଙ୍କ ଏହି ଫିଲ୍ମରେ ସାଉଥର ଲୋକପ୍ରିୟ ଅଭିନେତା ରାମ ଚରଣ, ଜୁନିୟର ଏନଟିଆରଙ୍କ ସହ ବି-ଟାଉନର ସିଂଘମ ଅଜୟ ଦେବଗନ ଓ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ଦେଖାଯିବେ ।

ଏବେ 'RRR' ର ନିର୍ମାତା ଅଜୟଙ୍କ ଜନ୍ମଦିନ ଅର୍ଥାତ ଏପ୍ରିଲ ୨ ରେ ଫିଲ୍ମରୁ ତାଙ୍କ ଫାଷ୍ଟ ଲୁକ୍ ରିଲିଜ କରିବେ ବୋଲି କହିଛନ୍ତି ।

ନିକଟରେ ନିର୍ମାତାମାନେ ଆଲିଆ ଭଟ୍ଟ ଏବଂ ରାମ ଚରଣଙ୍କ ଜନ୍ମଦିନରେ ଫିଲ୍ମରୁ ଉଭୟଙ୍କ ଫାଷ୍ଟ ଲୁକ୍ ରିଲିଜ୍ କରିଥିଲେ।

ବର୍ତ୍ତମାନ ଅଜୟଙ୍କ ଅଦୃଶ୍ୟ ଅବତାରର ଏକ ମୋସନ ପୋଷ୍ଟର ରିଲିଜ କରିବାକୁ ଟିମ ପ୍ରତିଶୃତି ଦେଇଛନ୍ତି।

ଫିଲ୍ମର ଟିମ ସୋସିଆଲ ମିଡିଆରେ ସେୟାର କରିଥିବା ପୋଷ୍ଟରରେ ଲେଖାଯାଇଛି, 'RRR' ରୁ ଅଜୟ ଦେବଗନଙ୍କ ଲୁକ୍ ଏପ୍ରିଲ 2 ରେ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରାମ ଚରଣ ଏବଂ ଜୁନିଅର ଏନଟିଆର ଅଭିନୟ କରିଛନ୍ତି । କୁହାଯାଉଛି ଯେ ଏହି ଫିଲ୍ମରେ ଉଭୟ ଅଭିନେତା ଭାଇ ଭୂମିକାରେ ନଜର ଆସିବେ ।

ପ୍ରକାଶ ଥାଉ ଯେ, 'RRR' ହେଉଛି ଏକ କାଳ୍ପନିକ କାହାଣୀ । ଏହି ଚଳଚ୍ଚିତ୍ର ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍ ଏବଂ କନ୍ନଡରେ ମୁକ୍ତିଲାଭ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.