ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ସେହି ଦେଶ ମଧ୍ୟରୁ ଅନ୍ୟତମ ଯାହା ବର୍ତ୍ତମାନ ଧିରେ ଧିରେ କୋରୋନା ମୁକ୍ତ ହୋଇଛି । ଜନଜୀବନ ସ୍ବାଭାବିକ ହେଉଛି । ସେହିପରି ସବୁ ବ୍ୟବସାୟ ମଧ୍ୟ ଟ୍ରାକକୁ ଫେରୁଛି । ଏଭଳି ପରିସ୍ଥିତି ସେଠାକାର ଏଣ୍ଟରଟେନମେଣ୍ଟ ଦୁନିଆରେ ମଧ୍ୟ ଦେଖିବାକୁ ମିଳୁଛି । ଏମିତି ଏକ ଖବର ସାମ୍ନାକୁ ଆସିଛି । ଯାହା ଭାରତୀୟ ସିନେମା ଜଗତ ପାଇଁ ଖୁସି ଖବର । କାରଣ ଲକଡାଉନ ପରେ ସେଠାକାର ସିନେମା ଘରେ ପ୍ରଥମେ ଭାରତୀୟ ଫିଲ୍ମ ରିଲିଜ ହେବ ।
ଆଜ୍ଞା ହଁ, ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଓ ଅଜୟ ଦେବଗନଙ୍କ ଫେମସ ଫିଲ୍ମ ‘ଗୋଲମାଲ ଏଗେନ’ ନ୍ୟୁଜିଲ୍ୟାଣ୍ଡର ସିନେମା ହଲରେ ରିଲିଜ ହେବାକୁ ଯାଉଛି । ସେଠାର ସିନେମା ହଲ ଖୋଲିବା ପରେ ଏହା ପ୍ରଥମ ଭାରତୀୟ ଫିଲ୍ମ ଯାହା ନ୍ୟୁଜିଲ୍ୟାଣ୍ଡର ଦର୍ଶକଙ୍କୁ ମନୋରଞ୍ଜନ କରିବ ।
ଏହାର ସୂଚନା ଫିଲ୍ମର ନିର୍ମାତା କରିଥିବା କମ୍ପାନୀ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଜଣାଇଛି । ପ୍ରକଶ ଥାଉକି ‘ଗୋଲମାଲ ଏଗେନ’ ରୋହିତଙ୍କ ଗୋଲମାଲ ଫ୍ରାଞ୍ଚାଇଜର ଚତୁର୍ଥ ଫିଲ୍ମ । ଯାହା ଭାରତରେ 2017ରେ ରିଲିଜ ହୋଇଥିଲା । ସେହିପରି ଫିଲ୍ମରେ ଅଜୟଙ୍କ ବ୍ୟତୀତ ଅର୍ଶଦ ୱାରସୀ, ଶ୍ରେୟସ ତଲପଡେ, କୁନାଲ ଖେମୁ, ତୁଷାର କପୁର, ପରିଣୀତି ଚୋପ୍ରା ଓ ତବ୍ବୁ ଭଳି ଷ୍ଟାର୍ସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।