ମୁମ୍ବାଇ: ବି-ଟାଉନ ସିଂଘମ ଅଜୟ ଦେବଗନ ବର୍ତ୍ତମାନ ନିଜ ଚର୍ଚ୍ଚିତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ଙ୍କୁ ନେଇ ଚର୍ଚ୍ଚାରେ । ଶୁକ୍ରବାର ରିଲିଜ ହୋଇଯାଇଛି ଏହି ଫିଲ୍ମ । ଓପନିଂ ଡେରେ ଦମଦାର କଲେକ୍ସନ କରିଛି ଫିଲ୍ମ । ଏହାବ୍ୟତୀତ ଅଜୟ ଶୁକ୍ରବାର ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ଆସିଥିଲେ । ସେ ଜେଏନୟୁ ହିଂସା ଉପରେ ମୌନ ବ୍ରତ ଭାଙ୍ଗିଛନ୍ତି । ସେ ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଥିଲେ । ଯାହାକୁ ନେଇ ସେ ଚର୍ଚ୍ଚାରେ ।
ସେ ଟ୍ବିଟରେ ଲେଖିଛନ୍ତି, ‘ମୁଁ ସବୁବେଳେ ଏହି କଥ କୁହେ ଯେ ଆମକୁ କୌଣସି ବି ମାମଲାର ଉଚିତ୍ ତଥ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକ । ମୁଁ ସମସ୍ତଙ୍କୁ ଅପିଲ କରୁଛି ଯେ ଶାନ୍ତି ଏବଂ ଭାଇଚାରାର ଭାବନାକୁ ଆଗକୁ ବଢାନ୍ତୁ। ଏହାକୁ ହିଂସା କିମ୍ବା ଅଜଣାତରେ ଖରାପ କରନ୍ତୁ ନାହିଁ। #JNUViolence।’
ବର୍ତ୍ତମାନ ଅଜୟଙ୍କ ଏହି ଟ୍ବିଟ ଉପରେ ୟୁଜର୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଜଣେ ୟୁଜର ଲେଖିଛନ୍ତି, ‘ତାନାଜୀ ଶୋ ଭଲ ଚାଲୁନାହିଁ କି ବନ୍ଧୁ ।’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ସିଂଘମ ବହୁତ କମ କୁହନ୍ତି ଆଉ ଯେବେ କୁହନ୍ତି ସିଂଘମଙ୍କ ବ୍ୟକ୍ତିତ୍ବ ଦେଖାଯାଏ। ଆପଣଙ୍କୁ ସମ୍ମାନ।’
‘ଆସନ୍ତା ରବିବାର ମୁଁ ଆପଣଙ୍କ ଫିଲ୍ମ ଦେଖିବାକୁ ଯିବ । ତାନାଜୀ ହେବ ଅଲ ଟାଇମ ବ୍ଲକବଷ୍ଟର’ ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି । ପ୍ରକାଶ ଥାଉକି ଗତ ରବିବାର ଜେଏନୟୁ ପରିସରରେ କିଛି ଦୁର୍ବୁତ୍ତ ପଶି ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାକୁ ଅସନ୍ତୋଷ ଦେଖିବାକୁ ମିଳିଛି।