ETV Bharat / sitara

ଅଜୟଙ୍କ ଘରେ ନୂଆ ବଡିଗାର୍ଡ, ବାଃ ବାଃ କଲେ ପିଏମ୍‌-ଗୃହମନ୍ତ୍ରୀ

author img

By

Published : Apr 23, 2020, 9:54 PM IST

ସରକାରଙ୍କ ଦ୍ବାରା ପ୍ରସ୍ତୁତ ଆରୋଗ୍ୟ ସେତୁ ଆପ ହେଲା ତାନାଜୀ ଅଜୟ ଦେବଗନଙ୍କ ନୂଆ ବଡିଗାର୍ଡ । ଯାହାର ପ୍ରଶଂସାରେ ଶତମୁଖ ପିଏମ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ।

devgn downloaded aarogya setu app
ଡିଜାଇନ ଫଟୋ

ମୁମ୍ବାଇ: ଦେଶରେ କୋରୋନା ଭାଇରସ ବିପଦ ବଢିଚାଲିଛି। ସରକାରଙ୍କ ତରଫରୁ ସମସ୍ତଙ୍କୁ ସଚେତନ ବାର୍ତ୍ତା ଦିଆଯାଉଛି । ଘରେ ରହି ସୁରକ୍ଷିତ ରହିବାକୁ ବାରମ୍ବାର କହୁଛନ୍ତି ସରକାରଙ୍କ ସହ ସେଲିବ୍ରିଟି । ଇତିମଧ୍ୟରେ ବି-ଟାଉନ ତାନାଜୀ ଅଜୟ ଦେବଗନଙ୍କ ଘରକୁ ନୂଆ ବଡିଗାର୍ଡ ଆସିଛନ୍ତି । ଏହି ବିଷୟରେ ସେ ସୋସିଆଲ ମିଡିଆରେ ସୂଚନା ଦେବା ମାତ୍ରେ ପିଏମ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟା ଦେଇଛନ୍ତି ।

ତାଙ୍କର ଏହି ନୂଆ ବଡିଗାର୍ଡ ହେଲା ଆରୋଗ୍ୟ ସେତୁ ଆପ । କଥାଟି ଏହିକି ଯେ ଏହି ମୋବାଇଲ ଆପକୁ ଡାଉନଲୋଡ କରି ନେଇଛନ୍ତି ଅଜୟ । ଏହା ବିଷୟରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଆଉ ପୋଷ୍ଟରେ ଏହି ଆପକୁ ଅଜୟ ନିଜର ବଡିଗାର୍ଡ ଜଣାଇଥିଲେ।

ଭିଡିଓ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ

କ୍ୟାପସନରେ ଲେଖିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ଯିଏ କୋରୋନା ଭାଇରସ ସହ ଲଢିବା ପାଇଁ ଏହି ବଡିଗାର୍ଡ ଆପ ନିର୍ମାଣ କରିଛନ୍ତି । ଏହାସହ ସେ ଲୋକଙ୍କୁ ଆପ ଡାଉନଲୋଡ କରିବାକୁ ଅପିଲ ମଧ୍ୟ କରିଥିଲେ।

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ନରେନ୍ଦ୍ର ମୋଦି

ସେପଟେ ଅଜୟଙ୍କ ଟ୍ବିଟରେ ପ୍ରତିକ୍ରିୟା ଦେଇ ମୋଦି ଲେଖିଛନ୍ତି, ‘ବହୁତ ଭଲ ଅଜୟ ଦେବଗନ । ଆରୋଗ୍ୟ ସେତୁ ଆମକୁ, ଆମ ପରିବାର ଓ ଦେଶକୁ ସୁରକ୍ଷିତ ରଖୁଛି। ଏହି ଆପକୁ ଡାଉନଲୋଡ କରି କୋରୋନା ବିରୋଧରେ ଲଢିବାକୁ ମଜବୁତ ରୁହନ୍ତୁ।’

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ଅମିତ ଶାହ

ମୋଦିଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି, ‘ଠିକ୍ କହିଛ ଅଜୟ ଦେବଗନ । ଆରୋଗ୍ୟ ସେତୁ ଆପ ବାସ୍ତବରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜଣେ ବଡିଗାର୍ଡ । ଏହି ଆପ୍‌ ଆମକୁ କୋଭିଡ 19 ବିରୋଧ ଲଢେଇରେ ସତର୍କ, ସୂଚିତ ଓ ସୁରକ୍ଷିତ ରଖୁଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.