ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କ ମଧ୍ୟ COVID-19 ଟେଷ୍ଟ ପଜିଟିଭ୍ ବାହାରିଛି ।
ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଖବର ବିଷୟରେ ସୂଚନା ଦେଇଛନ୍ତି ।
ପରିବାରର ଅବଶିଷ୍ଟ ସଦସ୍ୟ ଜୟା ବଚ୍ଚନ, ଶ୍ୱେତା ବଚ୍ଚନ ନନ୍ଦା ଏବଂ ତାଙ୍କ ସନ୍ତାନ ଅଗସ୍ତ୍ୟ ଏବଂ ନବ୍ୟା ନଭେଲିଙ୍କ କରୋନା ଟେଷ୍ଟ ନେଗେଟିଭ ବାହାରିଛି ।
ଶନିବାର ରାତିରେ ଟ୍ୱିଟରରେ ଅମିତାଭ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଥିଲେ ।
ଅମିତାଭ କହିଥିଲେ, ମୋର କରୋନା ଟେଷ୍ଟ ପଜିଟିଭ୍ ବାହାରିଛି । ମୁଁ ହସପିଟାଲରେ ଅଛି ।
ଅଭିଷେକ ଟ୍ବିଟ କରି କହିଛନ୍ତି, ସେ ଓ ତାଙ୍କ ବାପା ଉଭୟେ କୋରୋନା ସଂକ୍ରମିତ ରହିଛନ୍ତି । ଉଭୟଙ୍କର କିଛି ବିଶେଷ ଲକ୍ଷଣ ନଥିଲା ଓ ଆମେ ହସ୍ପିଟାଲରେ ଭର୍ତ୍ତି ହୋଇଛୁ ବୋଲି ଲେଖିଛନ୍ତି । ଆମେ ସମସ୍ତ ଅବଶ୍ୟକୀୟ ସୂଚନା କର୍ତ୍ତୃପକ୍ଷଙ୍କୁ ଜଣାଉଛୁ ଓ ପରିବାର ଓ ଷ୍ଟାଫଙ୍କର କୋରୋନା ପରୀକ୍ଷା କରାଯାଇଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଭୟଭୀତ ନହୋଇ ଶାନ୍ତ ରୁହନ୍ତୁ ।
ତେବେ ଉଭୟ ଅମିତାଭ ଓ ଅଭିଷେକଙ୍କ ଆରୋଗ୍ୟ କାମନା କରିଛି ସାରା ଦେଶ । ନେତା, ଅଭିନେତା ଟ୍ବିଟ କରି ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।