ETV Bharat / sitara

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ପକ୍ଷ ରଖିଲା ସିବିଆଇ - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚିନାହିଁ ସିବିଆଇ । ସେପଟେ ସିବିଆଇ ଯାଞ୍ଚ ଉପରେ ପ୍ରଶ୍ନ ଉଠୁଥିବାରୁ ଏବେ ପ୍ରତିକ୍ରିୟା ରଖିଛି ଏଜେନ୍ସି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Dec 31, 2020, 9:58 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ 6 ମାସରୁ ଅଧିକ ସମୟ ବିତିସାରିଲାଣି । ଜୁନ 14ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ଫ୍ଲାଟରୁ ମିଳିଥିଲା । ଗତ 145 ଦିନ ଧରି ସିବିଆଇ ଏହି ମାମଲାର ତଦନ୍ତ କରିଆସୁଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନକାରୀ ସଂସ୍ଥା କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହିଁ । ସେପଟେ ସିବିଆଇ ଯାଞ୍ଚ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରାଗଲାଣି । ଇତିମଧ୍ୟରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଜଣାଇଛନ୍ତି ଯେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଜବାବ ଦେଇଛି । ଏହାସହ ସିବିଆଇ ଖୁଲାସା କରିଛି ଯେ ବର୍ତ୍ତମାନ ମାମଲାର ଯାଞ୍ଚ କିପରି ଚାଲିଛି ।

କଥାଟି ହେଲା ଯେ ସୁବ୍ରମଣ୍ୟମ ସ୍ବାମୀ ଯାଞ୍ଚର ସ୍ଥିତି ସମ୍ପର୍କରେ ସୂଚନା ମାଗିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଚିଠି ଲେଖିଥିଲେ । ଏଥିପାଇଁ ସିବିଆଇ କହିଛି ଯେ ଅନୁସନ୍ଧାନକାରୀ ସଂସ୍ଥା ସୁଶାନ୍ତ ମାମଲାର ସମସ୍ତ ଦିଗ ଉପରେ ଦୃଷ୍ଟି ରଖିଛି ଏବଂ ବର୍ତ୍ତମାନ ସୁଦ୍ଧା କୌଣସି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।

ସେହିପରି ଜବାବରେ ସିବିଆଇ କହିଛି ଯେ ଏକ ବିସ୍ତୃତ ଏବଂ ବୃତ୍ତିଗତ ଢଙ୍ଗରେ ଫରେନ୍ସିକ ଉପକରଣ ମାଧ୍ୟମରେ ଯାଞ୍ଚ ଚାଲିଛି | ମୋବାଇଲ ଟାୱାରର ଅଦରକାରୀ ତଥ୍ୟର ଗଭୀର ବିଶ୍ଳେଷଣ ମଧ୍ୟ କରାଯାଇଛି । ଏହା ବ୍ୟତୀତ, ମାମଲା ସହ ଜଡିତ ସମସ୍ତ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରାଯାଇଛି । ଯାହା ଦ୍ବାରା ଉଠାଯାଇଥିବା ପ୍ରଶ୍ନର ସଠିକ୍ ଉତ୍ତର ଦିଆଯାଇପାରିବ ।

ପ୍ରକାଶ ଥାଉକି ନିକଟରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ସିବିଆଇ ରିପୋର୍ଟ ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର ବୋଲି କହିଥିଲେ । ଏହାସହ ସେ ଆହୁରି କହିଥିଲେ କି ସିବିଆଇକୁ ସେ ନିବେଦନ କରିବେ ଯେ ଶୀଘ୍ର ଏହି କଥାର ଖୁଲାସା କରନ୍ତୁ କି ସୁଶାନ୍ତ ଆତ୍ମହତ୍ୟା କରିଥିଲେ କି ତାଙ୍କର ହତ୍ୟା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.