ମୁମ୍ବାଇ: ଟିଭିର ଫେମସ ଡ୍ୟାନ୍ସ ରିୟାଲିଟି ଶୋ ‘ଡାନ୍ସ ଦିୱାନେ 3’ର ହୋଷ୍ଟ ତଥା ଡ୍ୟାନ୍ସର ରାଘବ ଜୁୟାଲଙ୍କୁ କୋରୋନା । ପିଜିଟିଭ ଆସିଲା ତାଙ୍କ ରିପୋର୍ଟ । ଏହାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଥିଲେ । ତାଙ୍କ ପୂର୍ବରୁ ଏହି ଶୋର ଜଜ ତଥା କୋରିଓଗ୍ରାଫଙ୍କ ଧର୍ମେଶ କୋରୋନା ସଂକ୍ରମିତ ହୋଇଥିଲେ । ଖାଲି ଏତିକି ନୁହେଁ ଏହି ଶୋର 18 କ୍ରୁ ମେମ୍ବରଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିସାରିଛି ।
- " class="align-text-top noRightClick twitterSection" data="
">
ଆଉ ଏବେ ରାଘବ କୋରୋନା ହେବା ସୂଚନା ଦେଇ ଫ୍ୟାନ୍ସଙ୍କ ମନ ଦୁଃଖ କରିଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ‘କାଶ ଏବଂ ଜ୍ବର ପରେ ମୁଁ ମୋର କୋରୋନା ଟେଷ୍ଟ କରାଇଥିଲି । ଯାହାର ରିପୋର୍ଟ ପଜିଟିଭ ଆସିଛି । ଏହି କିଛି ଦିନ ମଧ୍ୟରେ ଯିଏ ବି ମୋ ସମ୍ପର୍କରେ ଆସିଛନ୍ତି ଦୟା କରି ନିଜର ଟେଷ୍ଟ କରାଇନିଅନ୍ତୁ । ଆଉ ସମସ୍ତେ ନିଜ ଧ୍ୟାନ ରଖିବା ସହ ସୁରକ୍ଷିତ ରୁହନ୍ତୁ । ସବୁ ନିୟମ ମାନନ୍ତୁ ।’
ପ୍ରକାଶ ଥାଉକି ‘ଡାନ୍ସ ଦିୱାନେ ସିଜନ 3’ର ଜଜ୍ ରୂପେ ମାଧୁରୀ ଦୀକ୍ଷିତ, ତୁଷାର କାଲିୟା ଓ ଧର୍ମେଶ ନଜର ଆସୁଛନ୍ତି । ସେପଟେ ମାଧୁରୀ ମଧ୍ୟ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ସଚେତନା ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଦେଇଛନ୍ତି ।