ETV Bharat / sitara

ଟିକ୍‌ଟକ୍‌ ବ୍ରାଣ୍ଡ ଇମେଜକୁ କୋରୋନାର ଝଟକା, ବ୍ୟାନ ହେଉଛି ଆକାଉଣ୍ଟ - ର୍ଟ ଭିଡିଓ କଣ୍ଟେଣ୍ଟ ପ୍ଲାଟଫର୍ମ

ଆରମ୍ଭ ହେଲା ବିବାଦୀୟ ଟିକ୍‌ଟକ୍ ଆକାଉଣ୍ଟର ବ୍ୟାନ ପ୍ରକ୍ରିୟା। ପ୍ରଥମ ଶିକାର ଏସିଡ ପିଙ୍ଗିବାକୁ ପ୍ରୋତ୍ସାହିତ କରୁଥିବା ଫେମସ ଟିକଟକ ଷ୍ଟାର ଫୈଜଲ ସିଦ୍ଦିକୀ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 20, 2020, 8:17 PM IST

ମୁମ୍ବାଇ: କୋରୋନା ଭାଇରସ ପାଇଁ ଚୀନର ବିରୋଧରେ ଦେଶବାସୀଙ୍କ ବଢୁଥିବା ରାଗର ଶିକାର ସେଠାର ଫେମସ ଭିଡିଓ ସେୟାରିଂ ଆପ ଟିକ୍‌ଟକ୍ ହୋଇଛି। ବର୍ତ୍ତମାନ ଦେଶରେ ଅନେକ ଲୋକ ଟିକଟକ ଆପକୁ ନିଜ ମୋବାଇଲରୁ ଅନଇନଷ୍ଟଲ କରିବାରେ ଲାଗିଛନ୍ତି । ନିକଟରେ କମ୍ପାନୀର ବ୍ରାଣ୍ଡ ଭ୍ୟାଲ୍ୟୁ ବଜାଇ ରଖିବା ପାଇଁ ଆଦିତ୍ୟ ବିରଲା ଗ୍ରୁପର ଜଣେ ସିନିୟର ଅଧିକାରୀ ଅଶୋକ ଚେରିୟନଙ୍କୁ ମଧ୍ୟ ଟିକଟକ ନିଜ ଅଫିସରେ ନିଯୁକ୍ତ କରିଥିଲା। ହେଲେ ତଥାପି ମାମଲା ଥମିବାର ନାଁ ନେଉନାହିଁ।

ଲକଡାଉନର ଆରମ୍ଭରେ ସର୍ଟ ଭିଡିଓ କଣ୍ଟେଣ୍ଟ ପ୍ଲାଟଫର୍ମ ଟିକଟକର ଚାହିଦା ଖୁବ୍ ବଢିଚାଲିଥିଲା। ହେଲେ ଏବେ ଧିରେ ଧିରେ କରି ସଫଳତା ତଳକୁ ଖସିବାରେ ଲାଗିଛି। ନିକଟରେ ଟିକ୍‌ଟକରେ ହୋଇଥିବା କିଛି ଛୋଟ ଘଟଣା ପରିଶେଷରେ ବଡ ରୂପ ନେଇଛି।

ଯାହାକୁ ଦୃଷ୍ଟିରେ ରଖି ବିବାଦିତ ଆକାଉଣ୍ଟକୁ ବ୍ୟାନ କରିବା ଆରମ୍ଭ କରିଛି କମ୍ପାନୀ। ଏହି ଘଟଣାର ପ୍ରଥମ ଶିକାର ହୋଇଛନ୍ତି ଟିକଟର ଫେମସ ଷ୍ଟାର ଫୈଜଲ ସିଦ୍ଦିକୀ। ଯିଏ କିଛି ଦିନ ହେବ ନିଜର ଏକ ବିବାଦୀୟ ଭିଡିଓକୁ ନେଇ ସବୁ ମହଲରେ ସମାଲୋଚନାର ପାତ୍ର ସାଜିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.