ETV Bharat / sitara

ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଅଦନାନଙ୍କ କଡା ଜବାବ

author img

By

Published : Dec 27, 2019, 11:26 PM IST

ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ରାଗିଲେ ପପୁଲାର ସିଙ୍ଗର ଅଦନାନ ସାମୀ । ସିଏଏ ସପକ୍ଷରେ ପ୍ରତିକ୍ରିୟା ଦେଇ ଇମ୍ରାନଙ୍କୁ ଶୁଣାଇଲେ ଏମିତି କିଛି ...

adnan sami
ଡିଜାଇନ ଫଟୋ

ମୁମ୍ବାଇ: ସଂଶୋଧିତ ନାଗରିକତା ଆଇନ ବିରୋଧ ପ୍ରଦର୍ଶନ ପାଇଁ ଦେଶର ପରିସ୍ଥିତି ଅସମ୍ଭାଳ । ଜନସାଧାରଣଙ୍କ ଠାରୁ ନେଇ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମାମଲାରେ ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ସିଏଏ ବିରୋଧରେ ପ୍ରତିକ୍ରିୟା ରଖିବାକୁ ଯାଇ ଏକ ଟ୍ବିଟ କରିଥିଲେ ।

ଆଉ ଏବେ ବଲିଉଡର ପପୁଲାର ଗାୟକ ଅଦନାନ ସାମୀ ତାଙ୍କ ପ୍ରତିକ୍ରିୟା ଉପରେ କଡା ଜବାବ ରଖିଛନ୍ତି । ଏହି ନୂଆ ଆଇନକୁ ନେଇ ପାକିସ୍ତାନ ତରଫରୁ ବାରମ୍ବାର ଦିଆଯାଉଥିବା ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଅଦନାନ । ଆଉ କହିଥିଲେ ଯେ ଭାରତୀୟ ମୁସଲମାନ ଏଠାରେ ବହୁତ ଖୁସି ଅଛନ୍ତି ଏବଂ ଗୌରବାନ୍ବିତ ଅନୁଭବ କରୁଛନ୍ତି ।

ଅଦନାନ ଏକ ଟ୍ବିଟରେ ଲେଖିଛନ୍ତି ଯେ ଡିୟର ପାକିସ୍ତାନୀ," ଯିଏ ନିଜକୁ ଏହି ସିଏଏ ଯୁକ୍ତିତର୍କରେ ଜବରଦସ୍ତି ଭର୍ତ୍ତି କରାଇଛି । ପ୍ରଥମ କଥା ହେଲା କି ଆପଣ 4 ମୁସଲମାନଙ୍କ ଓକିଲାତି କରୁଛ । ତେବେ ପ୍ରଥମେ ଏହା ମାନିବାକୁ ପଡିବ କି ମୁସଲମାନ ଆପଣଙ୍କୁ ଛାଡିବାକୁ ଚାହୁଁଛନ୍ତି । ଯାହାଦ୍ବାରା ଆପଣଙ୍କ ଅସ୍ତିତ୍ବ ଶେଷ ହୋଇଯିବ । ଦ୍ବିତୀୟ କଥା ଯଦି ଆପଣଙ୍କୁ ମୁସଲମାନଙ୍କ ଏତେ ଚିନ୍ତା ଅଛି ତେବେ ସେମାନଙ୍କ ପାଇଁ ଆପଣଙ୍କ ସୀମା ଖୋଲି ଦିଅ । ନହେଲେ ନିଜ ମୁହଁ ବନ୍ଦ ରଖ" ।

‘ଭାରତରେ ମୁସଲମାନ ସମ୍ପ୍ରଦାୟ ବହୁତ ଖୁସି ଅଛନ୍ତି । ଆଉ ଖୁବ୍ ଗର୍ବରେ ସମ୍ମାନରେ ଏଠାରେ ରହୁଛନ୍ତି । ଆପଣଙ୍କୁ ଶୁଣି ଏହା ବହୁତ ଖରାପ ଲାଗୁଥିବ କିନ୍ତୁ ବାସ୍ତବରେ ଭାରତରେ ମୁସଲମାନ ବହୁତ ଖୁସି ଅଛନ୍ତି’ ବୋଲି ନିଜ ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି ଅଦନାନ ।

Intro:Body:

Blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.