ETV Bharat / sitara

ପାକିସ୍ତାନୀ ଟ୍ବିଟର ୟୁଜରଙ୍କ କ୍ଲାସ ନେଲେ ଅଦନାନ

author img

By

Published : Feb 27, 2020, 9:42 PM IST

ପୁଣି ନିଜର ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ ଗାୟକ ଅଦନାନ ସାମୀ । ପାକିସ୍ତାନୀ ଟ୍ବିଟର ୟୁଜରଙ୍କ ଏକ ଭିଡିଓରେ କଡା ଜବାବ ଦେଇଛନ୍ତି ସେ।

adnan sami
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଦନାନ ସାମୀ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିୟାଙ୍କ ସହ ଭାରତର ଐତିହାସିକ ତାଜମହଲ ଦେଖିବା ପାଇଁ ଗତ ସୋମବାର ସନ୍ଧ୍ୟାରେ ଆଗ୍ରାରେ ପହଞ୍ଚିଥିଲେ। ଏବେ ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ଟ୍ବିଟର ୟୁଜର ତାଜମହଲ ସଫାର ଏକ ଭିଡିଓ ସେୟାର କରିଛନ୍ତି। ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅଦନାନ ସାମୀ

ତାଙ୍କ ଏପରି ପୋଷ୍ଟରେ ଫେମସ ଗାୟକ ଅଦନାନ ସାମୀ ନଜର ପଡିବା ମାତ୍ରେ ସେ ତାଙ୍କ କଡା କ୍ଲାସ ନେଇଛନ୍ତି। ଅଦନାନଙ୍କ ପ୍ରତିକ୍ରିୟାରେ ଅନେକ ୟୁଜର୍ସଙ୍କ କମେଣ୍ଟ ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଫାୟର ବ୍ରିଗେଡ ତାଜମହଲର ମୀନାର ପାଣିରେ ସଫା କରୁଥିବାର। ଏହାର କ୍ୟାପସନରେ ପାକିସ୍ତାନୀ ୟୁଜର ଲେଖିଛନ୍ତି, ‘ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଖାଇବା ପାଇଁ ତାଜମହଲକୁ ସଫା କରାଯାଉଛି। ସେପଟେ ଅଦନାନ ତାଙ୍କ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, ‘ସର୍ବପ୍ରଥମେ ତୁମକୁ ନିଜ ମସ୍ତିଷ୍କ ଏବଂ ଚରିତ୍ର ସଫା କରିବାର ଆବଶ୍ୟକ ଅଛି। ଦ୍ବିତୀୟ କଥା ତାଜହମଲ ସଫା କରିବା ପାଇଁ ତୁମ ପାଖରେ ତାଜମହଲ ଥିବା ଦରକାର। ଯାହା ତୁମ ପାଖରେ ନାହିଁ କେବଳ ଆମ ପାଖରେ ଅଛି।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.