ମୁମ୍ବାଇ: ଅଭିନେତା ଅଧ୍ୟୟନ ସୁମନ ଲୋକପ୍ରିୟ ଗୀତ ‘ଜବ ତକ’ର ଏକ ବିଶେଷ ଟ୍ରାକ ସେୟାର କରି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
- View this post on Instagram
Speechless!! https://youtu.be/IVmzJD4MUC8 @adhyayansuman @shekhusuman 🙏🏻
">
ମ୍ୟୁଜିକ୍ ଭିଡିଓରେ ସୁଶାନ୍ତଙ୍କ ରୋଲର କୋଷ୍ଟର ଯାତ୍ରା ଠାରୁ ଆରମ୍ଭ କରି ତାଙ୍କ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ପର୍ଯ୍ୟନ୍ତ ଅନେକ ସୁନ୍ଦର ମୂହୁର୍ତ୍ତ ରହିଛି ।
ଏଥିସହିତ ଏହି ଭିଡିଓରେ ଅଙ୍କିତାଙ୍କ ଏକ ବୟାନ ମଧ୍ୟ ଶୁଣିବାକୁ ମିଳିଛି । ଯେଉଁଥିରେ ଅଙ୍କିତା କହିଛନ୍ତି ଯେ, ସୁଶାନ୍ତ କିପରି ଛୋଟ ଛୋଟ ଜିନିଷରେ ଖୁସି ହୋଇଯାଆନ୍ତି ।
"ସବ ଅପ୍ନା ଆପ୍ନା ଲିଖତେ ଜା ରହେ, ବୋଲତେ ଜା ରହେ" ମୁଁ ଏହାକୁ ଶୁଣି ବହୁତ ଦୁଃଖିତ, କିନ୍ତୁ ମୁଁ ଭାବୁଛି ଏହା ହେଉଛି ପ୍ରଥମ ଥର ମୁଁ ସୁଶାନ୍ତଙ୍କ ବିଷୟରେ କହୁଛି ଏବଂ ମୁଁ ଏହା ଲୋକଙ୍କୁ କହିବାକୁ ଚାହେଁ ଯେ ସେ ଡିପ୍ରେସନରେ ନଥିଲେ ।
ସୁମନ ଇନଷ୍ଟାଗ୍ରାମରେ ଏହି ଭିଡିଓ କ୍ଲିପ୍ ପୋଷ୍ଟ କରି ଲେଖିଛନ୍ତି; "ଜବ ତକ । ସୁଶାନ୍ତଙ୍କ ପାଇଁ ଶ୍ରଦ୍ଧାଞ୍ଜଳି । ଏହି ଭିଡିଓରେ ଅଙ୍କିତା ଏକ ଅଂଶ ହୋଇଥିବାରୁ ଅଙ୍କିତା ତାଙ୍କୁ ଧନ୍ୟବାଦ ।
ଅଙ୍କିତା ମଧ୍ୟ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଖୁସି ଜାହିର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ