ETV Bharat / sitara

ବିଜି ଲାଇଫକୁ ନେଇ ଏମିତି କହିଲେ ବାନୀ

ବାଣୀଙ୍କ ଭିନ୍ନ ଭିନ୍ନ ଅନ୍ଦାଜ ଏବର୍ଷ ତିନୋଟି ଫିଲ୍ମରେ ଦେଖିବାକୁ ମିଳିବ । ଯାହାକୁ ନେଇ ସୁପର ଏକ୍ସାଇଟେଡ ଅଭିନେତ୍ରୀ । ଆଉ ଫିଲ୍ମ ପ୍ରମୋଶନକୁ ନେଇ ରଖିଲେ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

author img

By

Published : Feb 26, 2021, 1:52 PM IST

ଫଟୋ ସୌଜନ୍ୟ:  ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ବାନୀ କପୁରଙ୍କ ତିନୋଟି ଫିଲ୍ମ ଏବର୍ଷ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ସେ ଖୁବ୍ ବ୍ୟସ୍ତ । ଏହି କ୍ରମରେ ସାମିଲ ଅଛି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ‘ବେଲ ବଟମ’, ରଣବୀର କପୁରଙ୍କ ସହ ‘ସମଶେରା’ ଓ ଆୟୁଷ୍ମାନ ଖୁରାନାଙ୍କ ସହ ‘ଚଣ୍ଡିଗଡ କରେ ଆଶିକୀ’ । ଇତିମଧ୍ୟରେ ସେ ଫିଲ୍ମର ପ୍ରମୋଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଆଉ କହିଛନ୍ତି, ‘ ତିନି ମାସ ମଧ୍ୟରେ ମୋର ତିନୋଟି ଫିଲ୍ମ ବ୍ୟାକ ଟୁ ବ୍ୟାକ ରିଲିଜ ହେବାକୁ ଯାଉଛି । ତେଣୁ ମୁଁ ମାନସିକ ସ୍ତରରେ ନିଜକୁ ଏକ ଅତ୍ୟଧିକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ପାଇଁ ପ୍ରସ୍ତୁତ କରୁଛି । ଆଗାମୀ ମାସରେ ମୁଁ ଯେତେବେଳେ ବେଲ ବଟମ, ସମଶେରା, ଏବଂ ଚଣ୍ଡିଗଡ କରେ ଆଶିକୀର ପ୍ରମୋଶନ କରିବି ମୁଁ ଭାବୁନାହିଁ ମୋର ଆଗାମୀ ପାଞ୍ଚ ମାସ ମଧ୍ୟରେ ଗୋଟିଏ ମିନିଟ ସମୟ ମଧ୍ୟ ରହିବ । ହେଲେ ମୁଁ ଅଭିଯୋଗ କରୁନାହିଁ ।’

ଏହାବ୍ୟତୀତ ସେ ଏହି ଫିଲ୍ମ ଗୁଡିକରେ ନିଜ ଭୂମିକାକୁ ନେଇ ମଧ୍ୟ ଉତ୍ସାହିତ ଅଛନ୍ତି । ‘ରୋମାଞ୍ଚକର ବିଷୟ ହେଉଛି ଦର୍ଶକ ମୋତେ ଏହି ପ୍ରୋଜେକ୍ଟ ଗୁଡିକରେ ତିନୋଟି ଅତ୍ୟଧିକ ବିବିଧ ଉପାୟରେ ଦେଖିବେ । ମୁଁ କେବଳ ଆଶା କରୁଛି ଯେ ଏହି ତିନୋଟି ଫିଲ୍ମ ଦର୍ଶକଙ୍କ ଦ୍ବାରା ଗ୍ରହଣୀୟ ଏବଂ ସିନେମାହଲକୁ ନେବା ପର୍ଯ୍ୟନ୍ତ କାମ କରିବ’ ବୋଲି କହିଛନ୍ତି ବାଣୀ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.