ETV Bharat / sitara

ଆୟୁଷ୍ମାନଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ବାଣୀ

ଖୁବଶୀଘ୍ର ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ ବାଣୀ ଓ ଆୟୁଷ୍ମାନ । ଏବେ ବାଣୀ ଫିଲ୍ମ ଓ ଆୟୁଷ୍ମାନଙ୍କୁ ନେଇ ଅନେକ କଥା ସେୟାର କରିଛନ୍ତି ।

author img

By

Published : Aug 13, 2020, 7:48 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଫେମସ ନିର୍ଦ୍ଦେଶକ ଅଭିଷେକ କପୁର ନିକଟରେ ନିଜ ଅପକମିଂ ପ୍ରୋଜେକ୍ଟର ଘୋଷଣା କରିଥିଲେ । ଯେଉଁଥିରେ ନଜର ଆସିବେ ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନା ଓ ବାଣୀ କପୁର। ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । କାରଣ ପ୍ରଥମଥର ପରଦାରେ ଆୟୁଷ୍ମାନଙ୍କ ସହ ବାଣୀଙ୍କ ରୋମାନ୍ସ ଦେଖିବାକୁ ମିଳିବ । ସେହିପରି ଫିଲ୍ମରେ ଆୟୁଷ୍ମାନ ଜଣେ କ୍ରାସ-ଫଙ୍କସନାଲ ଆଥେଲିଟ ଭୂମିକାରେ ଦେଖାଯିବେ। ଏବେ ଫିଲ୍ମରେ ଆୟୁଷ୍ମାନଙ୍କ ସହ କାମ କରିବାକୁ ନେଇ ମନ କଥା ସେୟାର କରିଛନ୍ତି ବାଣୀ।

ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ, ‘ଆୟୁଷ୍ମାନ ଆମ ପିଢିର ସବୁଠାରୁ ଉତ୍ସାହୀ କଳାକାର । ସେ ଯେପରି ଭିନ୍ନ ଭିନ୍ନ ଭୂମିକାରେ ନିଜକୁ ସାମିଲ କରିନେଉଛନ୍ତି, ଯାହାକୁ ଦେଖି ମୁଁ ବହୁତ ଆଶ୍ଚର୍ଯ୍ୟ ହୁଏ । ବିକ୍କୀ ଡୋନରରେ ତାଙ୍କ ଅଭିନୟକୁ ମୁଁ ବହୁତ ପସନ୍ଦ କରେ । ନିଜ ଡେବ୍ୟୁ ଫିଲ୍ମରେ ସେ ଯେଉଁ ଅନ୍ଦାଜରେ କାମ କରିଥିଲେ, ତାହା ସମସ୍ତଙ୍କୁ ଦିୱାନା କରିଦେଇଥିଲା । ସେହିପରି ଅନ୍ଧାଧୁନ ଓ ଆର୍ଟିକଲ 15ରେ ମଧ୍ୟ ସେ ଶାନଦାର ଅଭିନୟ କରିଥିଲେ । ଏବେ ତାଙ୍କ ସହ ମୁଁ କାମ କରିବାକୁ ବହୁତ ଉତ୍ସାହିତ ଅଛି।’

ପ୍ରକାଶ ଥାଉକି ଅଭିଷେକଙ୍କ ଏହି ଫିଲ୍ମ ଉତ୍ତର ଭାରତର ପ୍ରେମ କାହାଣୀକୁ ନେଇ ଆଧାରିତ । ଫିଲ୍ମର ସୁଟିଂ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.