ମୁମ୍ବାଇ: ବି-ଟାଉନର ରଙ୍ଗୀଲା ଗାର୍ଲ ଉର୍ମିଲ ମାତୋଣ୍ଡେକରଙ୍କୁ ନେଇ ନୂଆ ଖବର। ଶୁଣିବାକୁ ମିଳୁଛି ଯେ ସେ ପୁଣିଥରେ ରାଜନୀତିରେ ସକ୍ରିୟ ହେବାକୁ ଯାଉଛନ୍ତି । ଉର୍ମିଲାଙ୍କୁ ବିଧାନ ପରିଷଦର ସଦସ୍ୟ କରିବା ପାଇଁ ମହାରାଷ୍ଟ୍ର ସରକାର ରାଜ୍ୟପାଳଙ୍କ ନିକଟକୁ ତାଙ୍କ ନାମ ପଠାଇଛନ୍ତି। ସେପଟେ ମହାରାଷ୍ଟ୍ର ସରକାର ରାଜ୍ୟପାଳଙ୍କୁ 12 ନାମ ଯୁକ୍ତ ବନ୍ଦ ଥିବା ଏନଭଲ୍ସର ଏକ ସୂଚନା ଦେଇଛନ୍ତି । ଯେଉଁଥିରେ ଉର୍ମିଳାଙ୍କ ନାମ ମଧ୍ୟ ସାମିଲ ଥିବା ଚର୍ଚ୍ଚା ହେଉଛି ।
କଂଗ୍ରେସ ପକ୍ଷରୁ ଲୋକସଭା ନିର୍ବାଚନ ହାରିବା ପରେ ଉର୍ମିଳାଙ୍କ ଏହା ଦ୍ବିତୀୟ ସୁଯୋଗ ହେବ ରାଜନୀତିରେ କିଛି କରିବା ପାଇଁ । କୁହାଯାଉଛି ଯେ ଚାରିଜଣ ପ୍ରାର୍ଥୀଙ୍କ ଚାରୋଟି ଲେଖାଁଏ ନାମ ମିଳିତ ଗଠବନ୍ଧନ ଦ୍ବାରା ପଠାଯାଇଛି, ଯେଉଁମାନେ ବିଧାନ ପରିଷଦର ସଦସ୍ୟ ହେବେ। ଶିବସେନା, ଏନସିପି ଏବଂ କଂଗ୍ରେସ ତିନି ଦଳକୁ ନେଇ ଗଠିତ ଏହି ଗଠବନ୍ଧନ। ଆଉ ଶିବସେନା ପକ୍ଷରୁ ଦିଆଯାଇଥିବା ନାମ ମଧ୍ୟରେ ଉର୍ମିଳାଙ୍କ ନାମ ସ୍ଥାନ ପାଇଛି ।
ପ୍ରକାଶ ଥାଉକି 2019ରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସରେ ପଦାର୍ପଣ କରିଥିଲେ ଉର୍ମିଳା । ହେଲେ ନର୍ଥ ମୁମ୍ବାଇ ସିଟରୁ ହାରିବା ପରେ ସେ ରାଜନୀତିକୁ ଅଲବିଦା କହିଥିଲେ । ଏବେ ଲାଗୁଛି ପୁଣିଥରେ ରାଜନୀତରେ ସାମିଲ ହେବେ ।