ମୁମ୍ବାଇ: ‘କମେଡି ନାଇଟ୍ସ ୱିଥ୍ କପିଲ’ ଶୋର ଅଭିନେତ୍ରୀ ଉପାସନା ସିଂଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । କୋରୋନା ନିୟମ ଇଲ୍ଲଂଘନ କରି ହଟହଟା ଅଭିନେତ୍ରୀ । ଖବର ମୁତାବକ, ଉପାସନା ଫିଲ୍ମର କାଷ୍ଟ ସହିତ ସୁଟିଂ କରିବା ପାଇଁ ରୂପନଗରର ମୋରିଣ୍ଡା ସୁଗାର ମିଲରେ ପହଞ୍ଚିଥିଲେ।
ପଞ୍ଜାବ ପୋଲିସ ଏହି ଖବର ଜାଣିବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ପରେ ସୁଟିଂ ଅନୁମୋଦନ ଦାବିରେ ପୋଲିସ ଉପସାନଙ୍କୁ ପଚରାଉଚରା କରିଥିଲା, କିନ୍ତୁ ଅଭିନେତ୍ରୀଙ୍କ ପାଖରେ ଏହାର କୌଣସି ଉତ୍ତର ନଥିଲା।
ଏଭଳି ପରିସ୍ଥିତିରେ ଉପାସନାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ସୁଟିଂ ସେଟର ଏକ ଭିଡିଓ ମଧ୍ୟ କରିଥିଲା। ସେହିପରି ସେଟର ଫଟୋ ମଧ୍ୟ ନିଆଯାଇଛି ।