ETV Bharat / sitara

ବାପାଙ୍କ ଜନ୍ମଦିନରେ ଭାବୁକ ହେଲେ ସୁସ୍ମିତା

author img

By

Published : Dec 19, 2020, 1:59 PM IST

ସୋସିଆଲ ମିଡିଆରେ ଏଥର ବାପାଙ୍କ ପାଇଁ ପ୍ରେମ ପ୍ରକାଶ କରି ଚର୍ଚ୍ଚାରେ ସୁସ୍ମିତା । ଇମୋଶନାଲ ନୋଟ ଜରିଆରେ ଜନ୍ମଦିନର ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁସ୍ମିତା ସେନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁସ୍ମିତା ସେନ

ମୁମ୍ବାଇ: ଫିଲ୍ମଠୁ ଅଧିକ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ । ସେ ପ୍ରାୟତଃ ନିଜ ସହ ସମ୍ପୃକ୍ତ ଜିନିଷ ଫ୍ୟାନ୍ସଙ୍କ ସହ ସେୟାର କରିବାକୁ ଭଲ ପାଆନ୍ତି । ହେଲେ ଏଥର ସେ ବାପା ଶୁବୀର ସେନଙ୍କୁ ନେଇ ଭାବୁକ ନଜର ଆସୁଛନ୍ତି । ଆଜି ତାଙ୍କ ବାପାଙ୍କ ଜନ୍ମଦିନ । ଏହି ଅବସରରେ ଏକ ସ୍ପେଶାଲ ନୋଟ ଲେଖି ଭାବବିହ୍ବଳ ହୋଇପଡୁଛନ୍ତି । ଯେଉଁଥିରେ ସେ ପରିବାର ଅନେକ ଫଟୋ ସେୟାର କରିଛନ୍ତି । ଏଥରେ ତାଙ୍କ ବୟଫ୍ରେଣ୍ଡ ତଥା ମଡେଲ ରୋହମାନ ସୈଲ ମଧ୍ୟ ନଜର ଆସୁଛନ୍ତି ।

ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ହାପି ବର୍ଥଡେ ବାବା । ଭଗବାନ ଆପଣଙ୍କୁ ସ୍ବାସ୍ଥ୍ୟର ସର୍ବୋତ୍ତମ ସ୍ଥାନରେ ସୁଖରେ ରଖନ୍ତୁ । ଆପଣ ପ୍ରକୃତରେ ଆମ ଜୀବନରେ ଏକ ଶାନଦାର ଉପହାର ପରି । ଆପଣଙ୍କ ଝିଅ ରୂପେ ଜନ୍ମ ହେବା ପ୍ରକୃତରେ ଏକ ଆଶୀର୍ବାଦ । ଯାହା ପାଇଁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି । ଭଲ ବାପା ଏବଂ ଜେଜେବାପା ଆମେ ଆପଣଙ୍କୁ ବହୁତ ଭଲପାଉଛୁ ।’

ପ୍ରକାଶ ଥାଉକି ନିକଟରେ ସୁସ୍ମିତାଙ୍କ ଝିଅ ରେନୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିଲା । ଯାହାର ସ୍କ୍ରିନସଟ୍ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ସୂନଚା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.