ମୁମ୍ବାଇ: ଫିଲ୍ମଠୁ ଅଧିକ ନିଜ ଲଭଲାଇଫକୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ । ସେ ଦୀର୍ଘ ସମୟରୁ ଫେମସ ମଡେଲ ରୋହମନ ସୈଲଙ୍କୁ ଡେଟ କରିଆସୁଛନ୍ତି । ଇତିମଧ୍ୟରେ ଫ୍ୟାନ୍ସଙ୍କ ମଜାଦାର ପ୍ରଶ୍ନର ଉତ୍ତର ଦେଇ ପୁଣି ଚର୍ଚ୍ଚାରେ ଏହି ଯୋଡି । ନିକଟରେ ସୁସ୍ମିତା ସୋସିଆଲ ମିଡିଆରେ ଲାଇଭ ସେଶନ କରିଥିଲେ । ଯେଉଁଥିରେ ସେ ଫ୍ୟାନ୍ସଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ବିନ୍ଦାସ ଅନ୍ଦାଜରେ ଦେଇଥିଲେ ।
- " class="align-text-top noRightClick twitterSection" data="
">
ଏହି ଲାଇଭ ସେଶନରେ ରୋହମନ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ସବୁଠୁ ମଜାଦାର କଥା ହେଲା ଯେ ଫ୍ୟାନ୍ସ ଦୁଇଜଣଙ୍କ ବିବାହକୁ ନେଇ ପ୍ରଶ୍ନ ମଧ୍ୟ କରିଥିଲେ । ଯାହାର ଉତ୍ତର ଖାସ୍ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଦେଇଥିଲେ ଏହି ଲଭବାର୍ଡ ।
ଫ୍ୟାନ୍ସ ପଚାରିଥିଲେ, ‘ତୁମେ ଦୁହେଁ କେବେ ବିବାହ ବନ୍ଧନରେ ଆବଦ୍ଧ ହେବ।’ ଏହା ଶୁଣି ଟିକେ ହସିବା ପରେ ରୋହମନଙ୍କୁ ସୁସ୍ମିତା କହିଥିଲେ, ‘କୁହ ଆମେ କେବେ ବିବାହ କରିବା ।’ ଦୁଇଜଣ ନିଷ୍ପତ୍ତି ନେଇସାରିବା ପରେ ସମସ୍ତଙ୍କୁ ଜଣାଇବେ ବୋଲି ଉତ୍ତରରେ କହିଥିଲେ ରୋହମନ ।
ପ୍ରକାଶ ଥାଉକି ସୁସ୍ମିତା ଓ ରୋହମନଙ୍କ ସହ ଏହା ପ୍ରଥମଥର ହୋଇନାହିଁ ଯେବେ ତାଙ୍କୁ ବିବାହ କଥା ପଚାରିଛନ୍ତି ଫ୍ୟାନ୍ସ । ଏହାପୂର୍ବରୁ ମଧ୍ୟ ବିବାହ ପ୍ରଶ୍ନ ଉପରେ ବୟାନ ଦେଇସାରିଛନ୍ତି ଏହି ଯୋଡି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ