ମୁମ୍ବାଇ: କୋରୋନା ସହ ଲଢିବା ପାଇଁ ବର୍ତ୍ତମାନ ଦେଶ-ବିଦେଶରେ ଆରମ୍ଭ ହୋଇଯାଇଛି ଟିକାକରଣ ପ୍ରକ୍ରିୟା । ସେପଟେ ଅଭିନେତ୍ରୀ ଶିଳ୍ପା ଶିରୋଦକର କୋରୋନା ଟିକା ନେଇ ପ୍ରଥମ ବଲିଉଡ ସେଲିବ୍ରିଟି ସାଜିଛନ୍ତି। ଦୁବାଇରେ ଥିବା ଏହି ଅଭିନେତ୍ରୀ ସେଠାରେ କୋଭିଡ-19 ଟିକା ନେଇଥିବାର ସୂଚନା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ସେ ହାତରେ ଲାଗିଥିବା ଏକ ବ୍ୟାଣ୍ଡେଜର ଫଟୋ ପୋଷ୍ଟ କରି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଟିକାକରଣ ଏବଂ ନିରାପଦ । ନୂତନ ଜୀବନ । ବର୍ତ୍ତମାନ ମୁଁ 2021ରେ । ଧନ୍ୟବାଦ ୟୁଏଆଇ ।’
ପ୍ରକାଶ ଥାଉକି 51 ବର୍ଷିୟ ଶିଳ୍ପା ଅଭିନେତ୍ରୀ ତଥା ମଡେଲ ନମ୍ରତା ଶିରୋଦକରଙ୍କ ବଡ ଭଉଣୀ ହୋଇଥିବା ବେଳେ ବଲିଉଡର ଅନେକ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଏହି କ୍ରମରେ ସାମିଲ ଅଛି ‘ହମ’, ‘ଗୋପି କିଶନ’, ‘ଆଖେଁ’, ‘ବେୱଫା ସନମ’, ‘ଖୁଦା ଗୱାହ’ ଭଳି ସୁପରହିଟ୍ ଫିଲ୍ମ ।