ETV Bharat / sitara

ଓଟିଟି ପ୍ଲାଟଫର୍ମର ରିଲିଜ ହେବ କି ଶିଳ୍ପାଙ୍କ ‘ହଙ୍ଗାମା 2’ ?

author img

By

Published : May 21, 2021, 6:49 AM IST

ବଡ ପରଦାରେ ନୁହେଁ ଓଟିଟି ପ୍ଲାଟଫର୍ମରେ ଏବର୍ଷ ରିଲିଜ ହେବ ଅନେକ ବିଗ ବଜେଟ ଫିଲ୍ମ । ଏହି କ୍ରମରେ ଅଛି ଶିଳ୍ପାଙ୍କ ଫିଲ୍ମ କମେଡି ଡ୍ରାମା ଫିଲ୍ମ ‘ହଙ୍ଗାମା 2’ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କୋରୋନା ମହାମାରୀ ପାଇଁ ଦେଶର ସବୁ ସିନେମାହଲରେ ତାଲା ଝୁଲୁଛି । ଯାହାକୁ ଦୃଷ୍ଟିରେ ରଖି ମେକର୍ସ ନିଜ ନିଜ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି । ନିକଟରେ ସଲମାନ ଖାନଙ୍କ ‘ରାଧେ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଏବେ ଆଉ ଏକ ଫିଲ୍ମ ରିଲିଜକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହି କ୍ରମରେ ସାମିଲ ଅଛି ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ କମବ୍ୟାକ ଫିଲ୍ମ ‘ହଙ୍ଗାମା 2’ । ଶୁଣିବାକୁ ମିଳୁଛି ଯେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ହେଲେ ଏଯାବତ ଫିଲ୍ମ ରିଲିଜକୁ ନେଇ କୌଣସି ଘୋଷଣା କରାଯାଇନାହିଁ । ସେହିପରି ଗୁରୁବାର ମଧ୍ୟ ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’କୁ ନେଇ ମଧ୍ୟ ସମାନ ଚର୍ଚ୍ଚା ହୋଇଥିଲା ।

ଯଦି ‘ହଙ୍ଗାମା 2’ ବିଷୟରେ କଥା ହେବା ତାହାଲେ ଶିଳ୍ପାଙ୍କ ସହ ‘ହଙ୍ଗାମା 2’ରେ ମିଜାନ ଜାଫରୀ, ପରେଶ ରାୱଲ ଓ ସାଉଥର ଫେମସ ଅଭିନେତ୍ରୀ ପ୍ରଣୀତା ସୁଭାଷ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ପରେଶ ପୁଣି ପ୍ରିୟଦର୍ଶନଙ୍କ ସହ କାମ କରିବାକୁ ଯାଉଛନ୍ତି । ଏହି ଯୋଡି ପୂର୍ବରୁ ‘ହେରା ଫେରି’, ‘ଭାଗମ ଭାଗ’ ଓ ‘ମାଲାମାଲ ୱିକଲି’ ଭଳି କମେଡି ଫିଲ୍ମରେ କାମ କରିସାରିଛନ୍ତି । ରତନ ଜୈନଙ୍କ ଦ୍ବାରା ନିର୍ମିତ ହୋଇଛି ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.