ETV Bharat / sitara

ଫେମସ ଷ୍ଟାର୍ସଙ୍କ ଫିଲ୍ମକୁ ବ୍ୟାନ କରିବେ 'ଦ୍ରୌପଦୀ' - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା

ରୂପା ଗାଙ୍ଗୁଲିଙ୍କ ବଡ ଘୋଷଣା । ପରିବାରବାଦ ପାଇଁ ସେ ବଲିଉଡର ଅନେକ ଷ୍ଟାର୍ସଙ୍କ ଫିଲ୍ମକୁ କରିବେ ବହିଷ୍କାର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୂପା ଗାଙ୍ଗୁଲୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୂପା ଗାଙ୍ଗୁଲୀ
author img

By

Published : Jul 6, 2020, 1:06 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ ଓ ବିଜେପି ସାଂସଦ ରୂପା ଗାଙ୍ଗୁଲୀ ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚ ଦାବି କରି ଚର୍ଚ୍ଚାରେ ଆସିଥିଲେ । ଇତିମଧ୍ୟରେ ସେ ବଡ ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସେ ଖୁବଶୀଘ୍ର ବଲିଉଡର କିଛି କଳାକାରଙ୍କ ଫିଲ୍ମ ବହିଷ୍କାର କରିବାକୁ ଯାଉଛନ୍ତି । କିଛି ଷ୍ଟାର୍ସ ପରିବାରବାଦ, ଗୋଷ୍ଠୀବାଦୀ ଓ ମାଫିଆଗିରି ବଲିଉଡରେ ଚଳାଇଛନ୍ତି । ଏଥର ମଧ୍ୟ ସେ ସୁଶାନ୍ତଙ୍କ ମୃତ୍ୟୁକୁ ଆଧାର କରି ଏପରି ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ବର୍ତ୍ତମାନ ଏପରି ଷ୍ଟାର୍ସଙ୍କ ଫିଲ୍ମ ଦେଖିବେ ନାହିଁ, ଯେଉଁମାନେ ପରିବାରବାଦ ଚଳାଉଛନ୍ତି । ଆଉ ଛୋଟ ସହର ପୁଅ, ଝିଅମାନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ସାମିଲ ହେବା କଥା ନୁହେଁ । ପରିବାରବାଦ ସବୁ ସ୍ଥାନରେ ଅଛି । ମାତା-ପିତା ନିଜ ପିଲାଙ୍କୁ ସାହାଯ୍ୟ କରିପାରିବେ । ହେଲେ ଏତେ ବି ପରିବାରବାଦ ହେବା କଥା ନୁହେଁ, ଯାହା ପାଇଁ ନିରୀହ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ପଡିବ ।

ପ୍ରକାଶ ଥାଉକି ପାଖାପାଖି ଗୋଟିଏ ସପ୍ତାହରୁ ରୂପା ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ ନିଜ ପ୍ରତିକ୍ରିୟା ଦେଇଆସୁଛନ୍ତି । ଖାଲି ଏତିକି ନୁହେଁ ସେ ଟ୍ବିଟରରେ ମଧ୍ୟ ‘ହ୍ୟାଶଟ୍ୟାଗସିବିଆଇଫରସୁଶାନ୍ତ’ ଟ୍ରେଣ୍ଡ କରାଇଥିଲେ ।

ସେହିପରି ଗତ ଜୁନ 14 ତାରିଖିରେ ସୁଶାନ୍ତ ମୁମ୍ବାଇ ସ୍ଥିତ ନିଜ ନିବାସରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାପରଠୁ ବଲିଉଡରେ ପରିବାରବାଦ ବିବାଦ ଦେଖିବାକୁ ମିଳୁଛି । ତାଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ ଅନେକ ଷ୍ଟାର୍ସଙ୍କୁ ମଧ୍ୟ ଟାର୍ଗେଟ କରି ତାଙ୍କ ଫିଲ୍ମ ବ୍ୟାନ କରିବାକୁ ଦାବି କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.