ETV Bharat / sitara

ପାୟଲ-ଅନୁରାଗଙ୍କ ବିବାଦ, ମାନହାନୀ ମକଦ୍ଦମାରେ ରିଚାଙ୍କୁ ମିଳିଲା ନ୍ୟାୟ - ପାୟଲ ଘୋଷଙ୍କ ଉପରେ ରିଚାଙ୍କ ମାନହାନି କେସ

କୋର୍ଟର ନିଷ୍ପତ୍ତି କପି ସୋସିଆଲ ମିଡିଆରେ ସେୟାର କରି ସତ୍ୟମେବ ଜୟତେ କହିଲେ ରିଚା । କିଛି ଦିନ ତାଙ୍କ ଓ ପାୟଲଙ୍କ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Oct 10, 2020, 1:05 PM IST

ମୁମ୍ବାଇ: ଯେବେଠୁ ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସେହି ସମୟରୁ ନୂଆ ବିବାଦ ଆରମ୍ଭ ହୋଇଛି । ସେହି ବିବାଦ ହେଲା ତାଙ୍କ ଓ ଅଭିନେତ୍ରୀ ରିଚା ଚଡ୍ଡାଙ୍କ ମଧ୍ୟରେ ମାନହାନି କେସ । କାରଣ ପାୟଲ ଅନୁରାଗଙ୍କ ଉପରେ ବୟାନ ଦେବା ସମୟରେ ରିଚାଙ୍କ ନାମ ନେଇ ଆପତ୍ତିଜନକ କଥା କହିଥିଲେ । ଯାହାପରେ ରିଚା ତାଙ୍କ ଉପରେ 1.1 କୋଟି ଟଙ୍କା ମାନହାନି ମାମଲା ରୁଜୁ କରିଥିଲେ । ଶୁଣିବାକୁ ମିଳୁଛି ଏହି ମାମଲାର ପ୍ରଥମ ଶୁଣାଣିରେ ରିଚା ବିଜୟ କରିଛନ୍ତି।

ଏହି କଥାର ସୂଚନା ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ସେ ବମ୍ବେ ହାଇକୋର୍ଟର ନିଷ୍ପତ୍ତିର ଏକ କପି ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଆମେ ଜିତିଗଲୁ, ସତ୍ୟମେବ ଜୟତେ । ମୁଁ ବମ୍ବେ ହାଇକୋର୍ଟର ଋଣି। ଏହି ନିଷ୍ପତ୍ତି ଏବେ ସାର୍ବଜନିକ ରେକର୍ଡରେ ସାମିଲ ହୋଇଛି । ହାଇକୋର୍ଟର ୱେବସାଇଟରେ ଉପଲବ୍ଧ । ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ । ଆଗାମୀ ଶୁଣାଣି ଅକ୍ଟୋବର 12ରେ ।’

ପ୍ରକାଶ ଥାଉକି କୋର୍ଟ ରିଚାଙ୍କୁ କ୍ଷମା ମାଗିବାକୁ ପାୟଲଙ୍କୁ କହିଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି ବୋଲି ଚର୍ଚ୍ଚା । ସେହିପରି ଏହି ଦୁଇ ଅଭିନେତ୍ରୀଙ୍କ ବିବାଦ କେବଳ କୋର୍ଟରେ ସୀମିତ ନାହିଁ । ସୋସିଆଲ ମିଡିଆରେ ମଧ୍ୟ ଦୁଇଜଣ ପରସ୍ପର ଉପରେ ବିବାଦୀୟ ବୟାନ ଦେବାରେ ଲାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.