ETV Bharat / sitara

ପାଟନାରେ ରୁଜୁ ଏଫଆଇଆରକୁ ଜିରୋ କହିଲେ ରିଆ - ସୁଶାନ୍ତ ସିଂ ରାଜପୁତ ମାମଲା

ଗୁରୁବାର ସୁପ୍ରିମକୋର୍ଟରେ ରିଆ ଦାଖଲ କଲେ ଲିଖିତ ଯାଚିକା । ଯେଉଁଥିରେ ବିହାର ପୋଲିସ ରୁଜୁ କରିଥିବା ଏଫଆଇଆରକୁ ଜିରୋ କହିଲେ ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Aug 13, 2020, 4:56 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲା ଏଯାବତ ରହସ୍ୟ ଘେରରେ । ସେପଟେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଯାଞ୍ଚ ଜାରି ଅଛି । ଗୁରୁବାର ସୁପ୍ରିମକୋର୍ଟରେ ତାଙ୍କ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଦାୟର କରିଥିବା ଯାଚିକା ଉପରେ ଶୁଣାଣି ଚାଲିଛି । ଇତିମଧ୍ୟରେ ସେ ସୁପ୍ରିମକୋର୍ଟରେ ନିଜ ଲିଖିତ ଯାଚିକାରେ ଜଣାଇଛନ୍ତି ଯେ ପାଟନା ପୋଲିସ ଜୁଲାଇ 25ରେ ରୁଜୁ କରିଥିବା ଏଫଆଇଆରକୁ ଜିରୋ ଏଫଆଇଆର ମାନି ମୁମ୍ବାଇ ପୋଲିସକୁ ଟ୍ରାନ୍ସଫର କରିଦେବା କଥା ।

ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି, ‘ସୁଶାନ୍ତଙ୍କ ପିତା କେକେ ସିଂ ମୋ ଉପରେ ମିଥ୍ୟା ଅଭିଯୋଗ ଲଗାଇଛନ୍ତି । ବିହାରରେ କରାଯାଉଥିବା ତଦନ୍ତ ସମ୍ପୂର୍ଣ୍ଣ ବେଆଇନ ଆଉ ଏଭଳି ବେଆଇନ ପ୍ରକ୍ରିୟା ସିବିଆଇକୁ ହସ୍ତାନ୍ତର ହୋଇପାରିବ ନାହିଁ।’

ଯଦି ମାମଲା ସିବିଆଇକୁ ହସ୍ତାସ୍ତର ହୁଏ, ତେବେ ତାଙ୍କର କୌଣସି ଆପତ୍ତି ନାହିଁ । ଆଉ ସୁପ୍ରିମକୋର୍ଟ ନିଜ ବଳ ପ୍ରୟୋଗ କରି ଏହି ମାମଲାକୁ ସିବିଆଇକୁ ଦେଉଛନ୍ତି ତଥାପି ତାଙ୍କୁ ଆପତ୍ତି ହେବ ନାହିଁ ବୋଲି ଲିଖିତ ଯାଚିକାରେ କହିଛନ୍ତି ରିଆ ।

ପ୍ରକାଶ ଥାଉକି ଯେ ତାଙ୍କ ଲିଖିତ ଯାଚିକାରେ କହୁଯାଇଛି ଯେ ଯଦି ଭାରତର ସମ୍ବିଧାନର ଧାରା 142 ଅନୁଯାୟୀ ଏହି ଅଦାଲତ ଦେଇଥିବା କ୍ଷମତାକୁ ବ୍ୟବହାର କରି ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଏ, ତେବେ ଆବେଦନକାରୀଙ୍କ କୌଣସି ଆପତ୍ତି ନାହିଁ । ହେଲେ ବିହାର ପୋଲିସର ସିବିଆଇକୁ ବର୍ତ୍ତମାନର ସ୍ଥାନ୍ତାରର ସମ୍ପୂର୍ଣ୍ଣ ଅଧିକାର ଅଧିନରେ ନାହିଁ ଏବଂ ଏହା ଆଇନ ବିରୋଧୀ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.