ETV Bharat / sitara

ସାଣ୍ଟାକ୍ରୁଜ ପୋଲିସ ଷ୍ଟେସନରେ ହାଜର ହେଲେ ରିଆ

author img

By

Published : Oct 9, 2020, 8:33 AM IST

ପାଖାପାଖି ଏକ ମାସ ପରେ ରିଆଙ୍କୁ ଜାମିନ ମିଳିଛି । ହେଲେ ତାଙ୍କୁ ବର୍ତ୍ତମାନ କୋର୍ଟର କିଛି ନିର୍ଦ୍ଦେଶକକୁ ମାନିବାକୁ ପଡିବ । ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ବୁଧବାର ଦିନ ରିଆ ଚକ୍ରବର୍ତ୍ତୀଙ୍କୁ ଜାମିନ ପ୍ରଦାନ କରିଥିଲେ ବମ୍ବେ ହାଇକୋର୍ଟ । ହେଲେ କିଛି ନିର୍ଦ୍ଦେଶ ସହ ତାଙ୍କୁ ଜାମିନ ମିଳିଛି। ସେହିପରି ଗୁରୁବାର ସେ ସାଣ୍ଟାକ୍ରୁଜ ପୋଲିସ ଷ୍ଟେସନରେ ହାଜିର ହୋଇଥିଲେ। ତାଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ହାଇକୋର୍ଟ ତାଙ୍କୁ ନିଜ ପାସପୋର୍ଟ ଏନସିବିକୁ ହସ୍ତାନ୍ତର କରିବାକୁ ଏବଂ ସ୍ବତନ୍ତ୍ର ଏନଡିପିଏସ କୋର୍ଟର ଅନୁମତି ବିନା ଦେଶ ବାହାରକୁ ନ ଯିବାକୁ କହିଥିଲେ । ଏହାସହ ତାଙ୍କୁ ଏନସିବିର ଅନୁମତି ବିନା ମୁମ୍ବାଇରୁ ବାହାରକୁ ନ ଯିବାକୁ ଓ ଜାମିନରେ ଥିବା ପ୍ରମାଣକୁ ଖଣ୍ଡନ ନକରିବାକୁ ମଧ୍ୟ କୁହାଯାଇଛି ।

1 ଲକ୍ଷ ଟଙ୍କା ଜୋରିମାନା ସହ ଜାମିନ ମିଳିଥିବା ରିଆଙ୍କୁ ପ୍ରଥମ 10 ଦିନ ନିକଟସ୍ଥ ପୋଲିସ ଷ୍ଟେସନରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ରିଆଙ୍କ ବ୍ୟତୀତ ଜାମିନ ପାଇଥିବା ଲୋକଙ୍କୁ ମଧ୍ୟ ମୁମ୍ବାଇରୁ ବାହାରକୁ ଯିବା ପାଇଁ ଏନସିବିର ଯାଞ୍ଚ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.